ଦେଶ- ବିଦେଶ
ଶମ୍ଭୁ ସୀମାରେ କୃଷକ-ପୋଲିସ ମୁହାଁମୁହିଁ : କୃଷକଙ୍କ ଉପରେ ପୋଲିସର ଲୁହବୁହା ଗ୍ୟାସ ମାଡ଼

ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ସୀମା ଶମ୍ଭୁ ବର୍ଡରରେ ପୋଲିସ ଓ କୃଷକ ମୁହାଁମୁହିଁ । ଦିଲ୍ଲୀକୁ କୃଷକ ପ୍ରବେଶ କରିବା ବେଳେ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଏଥିରେ କିଛି କୃଷକ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୃଷକଙ୍କ ବିରୋଧ ପ୍ରଦର୍ଶନର କିଛି ଘଣ୍ଟା ପୂର୍ବରୁ ହରିୟାଣା ସରକାର ସାର୍ବଜନିକ ଶାନ୍ତି ବଜାୟ ରଖିବା ପାଇଁ ଅମ୍ବଲା ଜିଲ୍ଲାର ୧୨ଟି ଗାଁରେ ମୋବାଇଲ ଇଣ୍ଟରନେଟ୍ ସେବାକୁ ବନ୍ଦ କରିବା ସହ କିଏ କାଳେ ଏମ୍ଏମ୍ଏସ ପଠାଇବ, ତେଣୁ ଉକ୍ତ ସେବାକୁ ବି ବନ୍ଦ କରିଛନ୍ତି । ଏହି ଇଣ୍ଟରନେଟ ସେବା ବନ୍ଦ ଡିସେମ୍ବର ୧୭ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଅତିରିକ୍ତ ମୁଖ୍ୟ ସଚିବ ସୁମିତ ମିଶ୍ରା ନିର୍ଦ୍ଦେଶ ଦେଇଛନ୍ତି ।