ରାଜ୍ୟ

ପୋଖରୀ ପାଖରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋରଡ଼ା: ଗଞ୍ଜାମ ଜିଲ୍ଲା ବଡଗଡ ଥାନ ରାଇବନ୍ଧ ଗ୍ରାମରେ ପୋଖରୀ ପାଖରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରାଇବନ୍ଧ ଗ୍ରାମର ଡ଼ମ୍ବୁରୁ ସ୍ବାଇଁ(୪୫)। ତେବେ କେହି ଡମ୍ବରୁଙ୍କୁ ହତ୍ୟା କରି ଫିଙ୍ଗିଦେଇଥିବା ନେଇପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଘର ଲୋକଙ୍କ କହିବା ଅନୁସାରେ କିଛି ବର୍ଷ ପୂର୍ବରୁ ଦୁଇ ପରିବାର ମଧ୍ୟରେ କଳହ ହୋଇଥିଲା ଓ ପୁଲିସର ସହଯୋଗରେ ବୁଝାମଣା ମଧ୍ୟ ହୋଇଥିଲା। ମାତ୍ର ତିନିଦିନ ତଳେ ଶଙ୍କର ସ୍ବାଇଁ ହାତରେ ଠେଙ୍ଗା ଧରି ଡମ୍ବୁରୁଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିବା କହିଛନ୍ତି ମୃତକଙ୍କ ପରିବାର ଲୋକେ। ତେବେ ଗତକାଲି ଅର୍ଥାତ୍ ଶନିବାର ସନ୍ଧ୍ୟା ସଢେ ସାତଟାରେ ଡମ୍ବରୁ ବନ୍ଧକୁ ଗାଧେଇବା ଯାଇଥିଲେ କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ। ବିଳମ୍ବ ହେବାରୁ ଘର ଲୋକେ ଫୋନ୍ କରିଥିଲେ, କିନ୍ତୁ ଫୋନ୍ ନ ଉଠେଇବାରୁ ବନ୍ଧକୁ ଯାଇଥିଲେ ଖୋଜିବାକୁ। ବନ୍ଧ ପାଖରେ ପହଞ୍ଚି ଦେଖିଲା ବେଳକୁ ଡମ୍ୱୁରୁଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରକ୍ତ ଚୁଡୁବୁଡୁ ହୋଇ ପଡ଼ିଥିବା ଦେଖିଲେ।
ସୂଚନା ମୁତାବକ ଡମ୍ବୁରୁ ସ୍ବାଇଁ ସୁରତରେ ଦାଦନ ଶ୍ରମିକ ଭାବେ କାମ କରନ୍ତି। ମାତ୍ର କିଛି ଦିନ ତଳେ ଝିଅକୁ ବିବାହ କରାଇବା ପାଇଁ ଗାଁକୁ ଆସିଥିଲେ। କିନ୍ତୁ ତାଙ୍କ ମୋବାଇଲକୁ ଆସିଥିଲା ହତ୍ୟା ଧମକ ଓ ସେଇ ହତ୍ୟାର ଧମକ ଦେଇଥିଲେ ରାଇବନ୍ଧ ଗ୍ରାମର ଶଙ୍କର ସ୍ୱାଇଁଙ୍କ ପୁଅ ବାଇନାଥ ସ୍ବାଇଁ। ମୋବାଇଲ ମେସେଜକୁ ଆଧାର କରି ଡମ୍ବୁରୁ ସ୍ବାଇଁ ବଡଗଡ ଥାନରେ ଅଭିଯୋଗ ମଧ୍ୟ କରିଥିଲେ।

ଘର ଲୋକଙ୍କ କହିବା ଅନୁସାରେ କିଛି ବର୍ଷ ପୂର୍ବରୁ ଦୁଇ ପରିବାର ମଧ୍ୟରେ କଳହ ହୋଇଥିଲା ଓ ପୁଲିସର ସହଯୋଗରେ ବୁଝାମଣା ମଧ୍ୟ ହୋଇଥିଲା। ମାତ୍ର ତିନିଦିନ ତଳେ ଶଙ୍କର ସ୍ବାଇଁ ହାତରେ ଠେଙ୍ଗା ଧରି ଡମ୍ବୁରୁଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିବା କହିଛନ୍ତି ମୃତକଙ୍କ ପରିବାର ଲୋକେ। ତେବେ ଗତକାଲି ଅର୍ଥାତ୍ ଶନିବାର ସନ୍ଧ୍ୟା ସଢେ ସାତଟାରେ ଡମ୍ବରୁ ବନ୍ଧକୁ ଗାଧେଇବା ଯାଇଥିଲେ କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ। ବିଳମ୍ବ ହେବାରୁ ଘର ଲୋକେ ଫୋନ୍ କରିଥିଲେ, କିନ୍ତୁ ଫୋନ୍ ନ ଉଠେଇବାରୁ ବନ୍ଧକୁ ଯାଇଥିଲେ ଖୋଜିବାକୁ। ବନ୍ଧ ପାଖରେ ପହଞ୍ଚି ଦେଖିଲା ବେଳକୁ ଡମ୍ୱୁରୁଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରକ୍ତ ଚୁଡୁବୁଡୁ ହୋଇ ପଡ଼ିଥିବା ଦେଖିଲେ। ଖବର ପାଇ ଘଟଣା ସ୍ଥଳରେ ବଡଗଡ ପୁଲିସ୍ ପହଞ୍ଚି ତଦନ୍ତ କରୁଛି।

 

Leave a Reply

Your email address will not be published. Required fields are marked *

Back to top button