ରାଜନୀତି

ରାବଣ ପୋଡ଼ିକୁ ନେଇ ଦୀପାଳି-ଅଳକାଙ୍କ ମଧ୍ୟରେ ଲଢ଼େଇ! – Sahana Mela

[ad_1]

ଝାରସୁଗୁଡ଼ା: ଦିବଂଗତ ନେତା ନବକିଶୋର ଦାସ ଏବଂ କିଶୋର ମହାନ୍ତି ଯଦିଓ ଗୋଟିଏ ଦଳ ବିଜେଡିରେ ଥିଲେ କିନ୍ତୁ ଏମାନଙ୍କ ସଂପର୍କ କିଭଳି ଜିଲ୍ଲା କଣ ରାଜ୍ୟ ରାଜନୀତିରେ ସମସ୍ତଙ୍କୁ ଜଣା। ଯଦିଓ ଏବେ ଏହି ଦୁଇ ନେତା ଆଉ ନାହାନ୍ତି କିନ୍ତୁ ତାଙ୍କର ଦୁଇ ଉତ୍ତରାଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳଯୁଦ୍ଧକୁ ନେଇ ପାର୍ବଣ ବେଳେ ଜିଲ୍ଲା ରାଜନୀତି ବେଶ ସରଗରମ ହୋଇଛି।

ରାବଣ ପୋଡିକୁ ନେଇ ସହରରେ ବିଧାୟିକା ଅଳାକ ଏବଂ ଦୀପାଳି ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଗୋଟିଏ ଗୋଷ୍ଠୀ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କୁ ସମର୍ଥନ କରି ମନମୋହନ ସ୍କୁଲ ପଡ଼ିଆ ଉପରେ ଅଧିକାର ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ନିଜ ଇଚ୍ଛାରେ ନିଷ୍ପତ୍ତି ନେଇ ପାରୁ ନ ଥିବାରୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦେଇଛି ଏହି ପ୍ରସଙ୍ଗ। ଅର୍ଥାତ ଯେଉଁ ପଡ଼ିଆରେ ଦିନେ କିଶୋର ମହାନ୍ତି ଓ ପରେ ନବ ଦାସ ନିଜ ସମର୍ଥକଙ୍କୁ ନେଇ ରାବଣ ପୋଡି କରୁଥିଲେ ଏବେ ଜିଲ୍ଲା ପ୍ରଶାସନ ବା ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି।

ଦୀର୍ଘ ୩୯ ବର୍ଷ ଧରି ଶାନ୍ତି ଶୃଙ୍ଖଳାର ସହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଶିବଶକ୍ତି ଦୁର୍ଗାପୂଜା କମିଟି ଚଳିତ ବର୍ଷ ମଧ୍ୟ ସେହି ସ୍ଥାନରେ କରିବାକୁ ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ତେବେ ବିନା ଅନୁମତିରେ ମନମୋହନ ସ୍କୁଲ ପଡ଼ିଆରେ ବାଉଁଶ ପୋତି ଦିଆଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ବିଶେଷ କରି ଦୁଇ ଗୋଷ୍ଠୀ ମଧ୍ୟରେ ଯେଉଁଭଳି ବିବାଦ ରହିଛି ମନମୋହନ ସ୍କୁଲ ପଡ଼ିଆରେ ରାବଣ ପୋଡି ହେଲେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ଯଦି ଉଭୟ ଗୋଷ୍ଠୀକୁ ଗୋଟିଏ ସ୍ଥାନରେ ସେମାନଙ୍କ ରାବଣ ପୋଡ଼ି ପାଇଁ ଅନୁମତି ଦିଆଯାଏ।

ଗୋଟିଏ ଅଞ୍ଚଳରେ କିଭଳି ଦୁଇ ଦୁଇଟି ରାବଣ ପୋଡ଼ି ପାଇଁ ଅନୁମତି ଦିଆଯିବ ସେନେଇ ଜିଲ୍ଲା ପ୍ରଶାସନ ଦ୍ୱନ୍ଦ୍ୱରେ ପଡ଼ିଛି। ଜଣେ ମନ୍ତ୍ରୀ ଅଳକାକୁ ଢାଲ କରି ଅନୁମତି ପାଇଁ ଜିଲ୍ଲା ପ୍ରଶାସନକୁ ଲବି କରିଥିବା ନେଇ ମଧ୍ୟ ଜିଲ୍ଲା ବିଜେଡିରେ କୁଆଡେ ଚର୍ଚ୍ଚା ହେଉଛି।

ଏହି ବିବାଦ ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ସିଆରାମ ଦାସ ଅଳକାଙ୍କ ଗୋଷ୍ଠୀକୁ ସମର୍ଥନ ଜଣାଇଛନ୍ତି। ଏହା ବେଶ୍ ଗୁରୁତ୍ୱ ବହନ କରୁଛି, କାରଣ ଓଡ଼ିଶାରେ କଂଗ୍ରେସ ଓ ବିଜେଡି ଦୁଇ ପ୍ରମୁଖ ରାଜନୈତିକ ଦଳ।

ଜିଲ୍ଲା ପ୍ରଶାସନ ଏବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି କିଭଳି ଆଗକୁ ବଢ଼ିବେ। ତେବେ ଦଶହରାରେ ରାବଣ ପୋଡି କାର୍ଯ୍ୟକ୍ରମ ଥିବାରୁ ରାଜ୍ୟ ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି।

ସେପଟେ ପ୍ରଶାସନର ଅନୁମତି ନ ମିଳିଲେ ମଧ୍ୟ ମନମୋହନ ସ୍କୁଲ ପଡ଼ିଆରେ ଉଭୟ ଗୋଷ୍ଠୀ ସେମାନଙ୍କ ରାବଣ ପୋଡ଼ି ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ସରବାହାଲରେ ନବ କିଶୋର ଦାସଙ୍କ ପକ୍ଷରୁ ଓ ମନମୋହନ ସ୍କୁଲ ପଡ଼ିଆରେ କିଶୋର ମହାନ୍ତିଙ୍କ ସମର୍ଥକଙ୍କ ପକ୍ଷରୁ ରାବଣ ପୋଡ଼ି ହେଉଥିଲା। ତେବେ କିଶୋର ମହାନ୍ତିଙ୍କ ଦେବାନ୍ତ ପରେ ସେ ଦଶହରା ପାଳନ କରୁଥିବା ସ୍ଥାନରେ ନବ ଦାସ ପାଳନ କରିଥିଲେ। କିଶୋରଙ୍କ ମୃତ୍ୟୁ ବାର୍ଷିକି ଯାଇନଥିବାରୁ ଅଳକା ମହାନ୍ତି ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ ଆଉ ନବ ଦାସ ରାବଣ ପୋଡି ଆୟୋଜନ କରିଥିଲେ କିନ୍ତୁ ଚଳିତଥର ଦୁଇ ନେତାଙ୍କ ଅନୁପସ୍ଥିତି ଦେଖାଦେଇଛି। ଆଉ ଅଳକା ନିଜ ସ୍ୱାମୀଙ୍କ ଜାଗାରେ ଏବେ ରାବଣ ପୋଡି ପାଇଁ ଉଦ୍ୟମ କରୁଛନ୍ତି।

[ad_2]

Leave a Reply

Your email address will not be published. Required fields are marked *

Back to top button