ରାଜ୍ୟ

ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ

ଭୁବନେଶ୍ୱର : ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର । ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ । ତୋଶାଳୀ ଭବନରେ ବିଧିବଦ୍ଧ ଭାବେ ଦାୟିତ୍ବ ନେଲେ । ଏଣିକି ଦାୟିତ୍ୱ ତୁଲାଇବେ ଅବସରପ୍ରାପ୍ତ ଆଇଏଏସ୍‌ ମଧୁସୂଦନ ପାଢ଼ୀ । ଆଦିତ୍ୟ ପାଢ଼ୀଙ୍କ ଅବସର ପରେ ଖାଲି ପଡ଼ିଥିଲା କମିଶନର ପଦ ।

ତେବେ ମଧୁସୂଦନ ପାଢ଼ୀ ହେଉଛନ୍ତି ୧୯୯୧-ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ଅଧିକାରୀ । ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ପ୍ରଥମେ ସେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସବ୍ କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ । ପରେ ପ୍ରୋଜେକ୍ଟ ନିର୍ଦ୍ଦେଶକ, ଡିଆରଡିଏ, ମୟୂରଭଞ୍ଜ ପରେ ବିଭିନ୍ନ ବିଭାଗର ସଚିବ ଥିଲେ ।

Leave a Reply

Your email address will not be published. Required fields are marked *

Back to top button