ରାଜ୍ୟ
ଆଜି ମହାପ୍ରଭୁଙ୍କ ପଦ୍ମବେଶ

ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ପଦ୍ମବେଶ। ଶନିବାର ମହାପ୍ରଭୁଙ୍କ ପଦ୍ମବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ତେବେ ପୁରୀ ସିଦ୍ଧ ମହାବୀର କୁମୁଟି ପାଟଣା ଅଞ୍ଚଳର ଯୁବ ଶିଳ୍ପୀ ବିଶ୍ବଜିତ ନାୟକ ଅତି ସୁନ୍ଦର ଭାବେ ନୂଆ ଆଇସକ୍ରିମ କାଠିରେ ନିର୍ମାଣ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଦ୍ମବେଶ। ୧୪୭୫ ଟି ନୂଆ ଆଇସକ୍ରିମ କାଠିରେ ଏହାକୁ ନିର୍ମାଣ କରାଯାଇଥିବା ବେଳେ ରଙ୍ଗ, କାଠ ମାଳି ଓ ଅଠା ବ୍ୟବହାର କରାଯାଇଛି। ଏହାର ଉଚ୍ଚତା ୩ ଫୁଟ ଏବଂ ପ୍ରସ୍ଥ ୨ ଫୁଟ ରହିଛି। ଏହି କଳାକୃତି ଟି ନିର୍ମାଣ କରିବା ପାଇଁ ବିଶ୍ୱଜିତଙ୍କୁ ଚାରିଦିନ ସମୟ ଲାଗିଥିଲା। ତେବେ ଏହି କ୍ଷୁଦ୍ର ପଦ୍ମ ବେଶକୁ ଭକ୍ତମାନଙ୍କ ପାଇଁ ଉତ୍ସର୍ଗ କରିଥିବା କହିଛନ୍ତି ଯୁବ ଶିଳ୍ପୀ ବିଶ୍ୱଜିତ ନାୟକ l