ରାଜନୀତି

ବଜେଟରେ ସୀତାରମଣଙ୍କ ବଡ଼ ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩.୦ସରକାରର ଦ୍ୱିତୀୟ ପୂର୍ଣ୍ଣ ବଜେଟ ଉପସ୍ଥାପିତ ହୋଇଛି। ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥୀକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ନିର୍ମଳା ଲଗାତାର ଅଷ୍ଟମ ଥର ପାଇଁ ଏହି କେନ୍ଦ୍ରୀୟ ବଜେଟ ଉପସ୍ଥାପିତ କରିଛନ୍ତି। ୫୦.୬୫ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ ରଖିଛି କେନ୍ଦ୍ର ଅର୍ଥ ବିଭାଗ । ନିରନ୍ତର ଆର୍ଥୀକ ବିକାଶର ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଯାଇ ଏଥର ୧୦ଟି ମୁଖ୍ୟ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି । କୃଷି, ନିର୍ମାଣ, ନିଯୁକ୍ତି, ଏମଏସଏମଇ,ଗ୍ରାମୀଣ ବିକାଶ ଭଳି ଦିଗକୁ ଅଧିକ ଫୋକସରେ ରଖାଯାଇଛି । ସମାବେଶୀ ବିକାଶର ଗତି ଓ ଦେଶର ଆକାଂକ୍ଷା ପୁରଣ ଦିଗରେ ବଡ ପରିବର୍ତ୍ତନ ପାଇଁ ସଂସ୍କାର ମୂଳକ ପଦକ୍ଷେପ ଏଥର ବଜେଟର ମୂଳ ଲକ୍ଷ୍ୟ ଥିବା ସୀତାରମଣ କହିଛନ୍ତି । ତେବେ ବିଭିନ୍ନ ସାମଗ୍ରୀର ଦରବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଲୋକଙ୍କୁ ଅପେକ୍ଷା ଥିଲା ବଜେଟ ଘୋଷଣାର। କେଉଁ ସାମଗ୍ରୀ ଉପରେ କର ଛାଡ଼ କରିବେ ଆଉ କାହା ଉପରେ କର ବସେଇବେ ତାକୁ ନେଇ ଅନେକ ହିସାବ କିତାବ ଚାଲିଥିଲା । ସେହିକ୍ରମରେ ଆସନ୍ତୁ ନଜର ପକାଇବା ବଜେଟ ପରେ ଉପଭୋକ୍ତାଙ୍କ ପାଇଁ କେଉଁ ସାମଗ୍ରୀ ହେବ ଶସ୍ତା ଏବଂ କେଉଁଟି ହେବ ମହଙ୍ଗା।

କ’ଣ ହୋଇଛି ଶସ୍ତା….

କ୍ୟାନସର ତଥ୍ୟା ଅନ୍ୟ ଦୂରାରୋଗ୍ୟ ପାଇଁ ଉଦ୍ଦିଷ୍ଟ ଜୀବନ ରକ୍ଷାକାରୀ ୩୬ଟି ମେଡିସିନ ଶସ୍ତା ହେବ। ତାର ମୂଳ ସୀମା ଶୁଳ୍କ ବା କଷ୍ଟ ଡ୍ୟୁଟିରେ ଛାଡ଼ କରାଯିବ। ତା ବ୍ୟତୀତ ଅନ୍ୟ ୩୭ଟି ମେଡିସିନର ସୀମା ଶୁଳ୍କ ଛାଡ଼ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।ଏଲଇଡି ଓ ଏଲସିଡି ଟିଭି ଶସ୍ତା ହେବ । ମୋବାଇଲ ଫୋନ ଓ ବ୍ୟାଟେରୀ ଶସ୍ତା ହେବ । ଲିଥିୟମ ଆୟନ ବ୍ୟାଟେରୀ ମଧ୍ୟ ଶସ୍ତା ହେବ। ଇଭି କାର ଶସ୍ତା ହେବ । ଚମଡ଼ା ଯାତ ଦ୍ରବ୍ୟ ଉପରୁ ଟିକସ କମିବ । କପଡ଼ା, ଜୋତା, ବେଲ୍ଟ, ପର୍ସ,ଲେଦର ଜ୍ୟାକେଟ ଆଦି ଶସ୍ତା ହେବ । ବୈଦୁତିକ ଉପକରଣ ଦାମ କମିବ, ସାମୁଦ୍ରିକ ଉତ୍ପାଦ ଦର ମଧ୍ୟ କମିବ, ଜାହାଜ ନିର୍ମାଣର କଞ୍ଚାମାଲ, ୧୨ଟି ମହତ୍ତ୍ୱପୁର୍ଣ୍ଣ ଖଣିଜ,ଚିକିତ୍ସା ଉପକରଣ,କୋବାଲ୍ଟ ଉତ୍ପାଦ ଦର ଶସ୍ତା ରହିବ।

କ’ଣ ହୋଇଛି ମହଙ୍ଗା…ପ୍ଲାଷ୍ଟିକ ତିଆରି ସାମଗ୍ରୀ, ହାତ ବୁଣା କପଡ଼ା ଓ ଇନଟେରାକଟିଭ ଫ୍ଲାଟ ପାନେଲ ଡିସପ୍ଲେ ବା ଫ୍ଲାଟ ସ୍କ୍ରିନ ଟିଭି ଦର ଅଧିକ ରହିବ ।

ତେବେ ଏହି ବଜେଟ ଏଭଳି ସମୟରେ ଆସିଛି ଯେତେବେଳେ କି ଦେଶର ଆର୍ଥୀକ ବିକାଶ ଦର ୪ ବର୍ଷର ନିମ୍ନ ସ୍ତରକୁ ଖସି ୬.୪%ରେ ପହଞ୍ଚିଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫ ଅନୁସାରେ ଆକଳନ କରାଯାଇଛି ଯେ ୨୦୨୬ ଆର୍ଥୀକ ବର୍ଷରେ ଜିଡିପି ୬.୩ -୬.୮% ରହିବ । ଯାହା ବିକଶିତ ଭାରତ ପାଇଁ ଆବଶ୍ୟକ ହେଉଥିବା ବୃଦ୍ଧି ଦର ଠାରୁ ଢେର କମ । ଦେଶର ମୋଟାମୋଟି ବିତ୍ତୀୟ ସ୍ୱାସ୍ଥ୍ୟ ମଂଥର ରହିଛି । ତେଣୁ ଆଗାମୀ ସମୟର ଆହ୍ୱାନକୁ କେମିତି କେନ୍ଦ୍ର ସରକାର ସମ୍ଭାଳୁଛନ୍ତି ତାହା ଗୁରୁତ୍ୱ ରଖେ ।

Leave a Reply

Your email address will not be published. Required fields are marked *

Back to top button