ଦେଶ- ବିଦେଶ

ବାଂଲାଦେଶରେ ବ୍ୟାପକ ହିଂସା, ଅନଲାଇନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭାଷଣ ପରେ ତୁମୁଳକାଣ୍ଡ

ବାଂଲାଦେଶରେ ବ୍ୟାପକ ହିଂସା । ଅନଲାଇନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭାଷଣ ପରେ ହିଂସା ବ୍ୟାପିଛି । ରାଜଧାନୀ ଢାକାରେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବର ରେହମାନଙ୍କ ବାସଭବନରେ ପ୍ରଦର୍ଶନକାରୀ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ହାସିନାଙ୍କ ଦଳ ଆୱାମୀ ଲିଗକୁ ବ୍ୟାନ କରିବାକୁ ବିକ୍ଷୋଭକାରୀ ଦାବି କରିଛନ୍ତି । ବାଂଲାଦେଶର ବର୍ତ୍ତମାନର ଶାସକଙ୍କ ବିରୋଧରେ ଏକାଠି ହୋଇ ବିରୋଧ କରିବାକୁ ଶେଖ ହସିନା ନିଜ ଭାଷଣରେ ଦେଶବାସୀଙ୍କୁ ଅପିଲ କରିଥିଲେ । ଏପଟେ ଶେଖ ମୁଜିବରଙ୍କ ଘରେ ନିଆଁ ଲଗାଯିବା ଘଟଣାକୁ ଶେଖ ହସିନା ନିନ୍ଦା କରିଛନ୍ତି।

ଅନ୍ୟପଟେ ବାଂଲାଦେଶରେ ଏକ ବିଦ୍ରୋହ ପରେ କ୍ଷମତାକୁ ଆସିଥିବା ମହମ୍ମଦ ୟୁନୁସଙ୍କ ଶାସନରେ, ଦଙ୍ଗାକାରୀମାନେ ଖୋଲାଖୋଲି ଭାବେ ରକ୍ତପାତ ଏବଂ ହିଂସାକାଣ୍ଡରେ ଲିପ୍ତ ଥିବା ଦେଖାଯାଉଛି । ବୁଧବାର ଦିନ ପ୍ରଦର୍ଶନକାରୀମାନେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଧାନମଣ୍ଡି-୩୨ ବାସଭବନରେ ଆକ୍ରମଣ ଏବଂ ଭଙ୍ଗାରୁଜା କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ସୋସିଆଲ ମିଡିଆରେ ‘ବୁଲଡୋଜର ରାଲି’ ଘୋଷଣା ପରେ ଏହି କାଣ୍ଡ ଘଟିଛି।

ସୂଚନା ଥାଉକି ଗତବର୍ଷ ଅଗଷ୍ଟ ୫ରେ ଢାକା ଛାଡ଼ି ପଳାୟନ କରିଛନ୍ତି ଶେଖ୍ ହସିନା । ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଅନଲାଇନରେ ଏକ ଭାଷଣ ଦେଇଥିଲେ । ବାଂଲାଦେଶରେ ଏହା ବିରୁଦ୍ଧରେ ପ୍ରତିବାଦ ହୋଇଥିଲା । ଏଥିରେ, ପ୍ରତିବାଦକାରୀମାନେ ଧାନମଣ୍ଡି-୩୨ରେ ବୁଲଡୋଜର ରାଲି ବାହାର କରିବାକୁ ଘୋଷଣା କରିଥିଲେ । ଢାକା ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ, ପ୍ରତିବାଦକାରୀମାନେ ଘୋଷଣା କରିଛନ୍ତି ଯେ ଏହି ଘର ଏକଛତ୍ରବାଦ ଏବଂ ଫାସିବାଦର ପ୍ରତୀକ। ପ୍ରଦର୍ଶନ ସମୟରେ ଶେଖ ହାସିନାଙ୍କୁ ଫାଶୀ ଦେବାକୁ ମଧ୍ୟ ଦାବି କରାଯାଇଛି । ଅନେକ ଆକ୍ରମଣକାରୀ ଘରର ଦ୍ୱିତୀୟ ମହଲାକୁ ଚଢ଼ି ଯାଇଥିଲେ । ଏହି ସମୟରେ, ହାତୁଡ଼ି, କାଠ ପଟା ସାହାଯ୍ୟରେ ବାଂଲାଦେଶର ପ୍ରତିଷ୍ଠାତାଙ୍କ ଫଟୋ ଏବଂ ଘରର ଅନ୍ୟାନ୍ୟ ଅଂଶ ନଷ୍ଟ କରାଯାଇଛି ।

 

Leave a Reply

Your email address will not be published. Required fields are marked *

Back to top button