ଦେଶ- ବିଦେଶ

ବେଙ୍ଗାଲୁର ଫାର୍ମହାଉସର ରେଭ୍ ପାର୍ଟିରେ ପୋଲିସର ଚଢାଉ, ୩୧ ଜଣ ଗିରଫ

ବେଙ୍ଗାଲୁରର ଏକ ଫାର୍ମହାଉସରେ ଆୟୋଜିତ ହୋଇଥିବା ରେଭ୍ ପାର୍ଟିରେ ପୋଲିସର ଚଢାଉ । ଏପରି ଘଟଣା ବେଙ୍ଗାଲୁରର ଦେବନହଲ୍ଲୀ ନିକଟସ୍ଥ ଏକ ଫାର୍ମହାଉସରେ ଦେଖିବାକୁ ମିଳିଛି । ସେହି ଫାର୍ମହାଉସର ଜଣେ କର୍ମଚାରୀ ମାଜା ଶରୀଫଙ୍କର ୨୬ ତମ ଜନ୍ମଦିନ ପାଳନ ପାଇଁ ଏହା ଆୟୋଜନ କରାଯାଇଥିଲା ।ଏହି ପାର୍ଟିରେ ଥିବା ୩୧ ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି ।

ସୂଚନାନୁଯାୟୀ, ମାମାଲା ରୁଜୁ ହୋଇଥିବା ୩୧ଜଣ ଲୋକଙ୍କ ବୟସ ୨୪ ରୁ ୩୦ ବର୍ଷ ମଧ୍ୟରେ ରହିଛି । ସେହି ୩୧ ଜଣଙ୍କ ମଧ୍ୟରୁ ୪ଜଣଙ୍କ ପାଖରୁ ୩ଗ୍ରାମ କୋକେନ୍, ୫ଗ୍ରାମ ହାଇଡ୍ରୋ-ଗଞ୍ଜେଇ, ୬୦ଗ୍ରାମ ହଶୀଶ ସେମାନଙ୍କ ନିକଟରୁ ଜବତ କରିଛି ପୋଲିସ । ଶନିବାର ରାତିରେ ସେମାନେ ପାର୍ଟି ଆରମ୍ଭ କରିଥିଲେ । ଭୋର ପ୍ରାୟ ୪.୩୦ ଟାରେ ପୋଲିସ ଏହି ସମ୍ପର୍କରେ ସୂଚନା ପାଇଥିଲା । ପୋଲିସ ଫାର୍ମହାଉସରେ ଭୋର ୫ଟାରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା ।

ଏହା ସହିତ ପୋଲିସ ସେମାନଙ୍କଠାରୁ ଜବତ କରିଥିବା ଜିନିଷକୁ ପରୀକ୍ଷା ପାଇଁ ଲାବ୍ରୋଟୋରୀକୁ ପଠାଇଛି । ଏଥିରେ କେଉଁମାନେ ସାମିଲ ଅଛନ୍ତି? କେଉଁଠୁ ଆସିଛି ଏହି ସବୁ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏପଟେ ପୋଲିସ ଅଧିକାରୀ ବିଜେ ସଜିଥ କହିଛନ୍ତି ଯେ, ଏହି ପାର୍ଟିରେ ଉଭୟ ଗ୍ରାହକ ଏବଂ ଦୋକାନୀ ଉପସ୍ଥିତ ଥିଲେ । ସେହି ୩୧ ଜଣ ଭିନ୍ନ ଭିନ୍ନ ITକମ୍ପାନୀରେ କାମ କରୁଥିବାର ସୂଚନା ଦେଇଛନ୍ତି । ସେମାନଙ୍କ ପାଖରୁ କୋକେନ୍, ହଶୀଶ ଏବଂ ହାଇଡ୍ରୋ ଜବତ କରାଯାଇଥିବା ସ୍ପଷ୍ଟ କରିଛନ୍ତି ସଜିଥ ।

Leave a Reply

Your email address will not be published. Required fields are marked *

Back to top button