ଦେଶ- ବିଦେଶ

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ତିନି ଦିନିଆ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ହେଉଛି ଦେଶର ପ୍ରତ୍ୟେକ ଶିଶୁଙ୍କ ପାଇଁ ଏକ ସମାନ, ସମ୍ମାନଜନକ ଏବଂ ଆତ୍ମନିର୍ଭରଶୀଳ ଭବିଷ୍ୟତ ନିଶ୍ଚିତ କରିବା ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମାବେଶୀ ଶିକ୍ଷା କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ଏହା ଏକ ରାଷ୍ଟ୍ରୀୟ ସଂକଳ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ’ ମନ୍ତ୍ରକୁ ଆଧାର କରି ଏକ ‘ବିକଶିତ ଭାରତ’ ଗଠନ ପାଇଁ ସମାନ ଓ ସମ୍ବେଦନଶୀଳ ଶିକ୍ଷା ବ୍ୟବସ୍ଥା ଅପରିହାର୍ଯ୍ୟ । ପ୍ରଧାନମନ୍ତ୍ରୀଙ୍କ ମାନବୀୟ ଦୃଷ୍ଟିକୋଣ ଯୋଗୁଁ ଦିବ୍ୟାଙ୍ଗ ଶ୍ରେଣୀକୁ ୬ରୁ ୨୧କୁ ବୃଦ୍ଧି କରାଯାଇଛି, ଯାହା ଅଧିକ ସଂଖ୍ୟକ ଶିଶୁଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ । ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ‘ପ୍ରଶସ୍ତ ଆପ୍’ ମାଧ୍ୟମରେ ପ୍ରାୟ ୨୫ କୋଟି ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯିବ । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରି ପିଲାଙ୍କ ମଧ୍ୟରେ ଥିବା ଡିସଲେକ୍ସି ଏବଂ ଡିସକାଲକୁଲିଆ ଭଳି ଶିକ୍ଷଣ ସମସ୍ୟାଗୁଡ଼ିକୁ ଶୀଘ୍ର ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ସହଯୋଗ ପ୍ରଦାନ କରିବା ।

ସମାବେଶୀ ଶିକ୍ଷା କେବଳ ବିଦ୍ୟାଳୟ ବା ପରିବାରର ଦାୟିତ୍ୱ ନୁହେଁ, ବରଂ ଏହା ସମଗ୍ର ସମାଜ ଏବଂ ସମସ୍ତ ସରକାରୀ ବିଭାଗର ଏକ ମିଳିତ ଦାୟିତ୍ୱ । ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରିଛନ୍ତି ଯେ, ସମାନ ସୁଯୋଗ, ସମ୍ମାନ ଏବଂ ସହଭାଗିତା ହିଁ ‘ବିକଶିତ ଭାରତ’ ଗଠନର ମାର୍ଗ ପ୍ରଶସ୍ତ କରିବ। ଏହି ସମ୍ମିଳନୀ ଆଗାମୀ ତିନି ଦିନ ଧରି ଶିକ୍ଷାବିତ୍, ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକଙ୍କ ମଧ୍ୟରେ ଗଭୀର ଆଲୋଚନା ମାଧ୍ୟମରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ଦିଶା ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *

Back to top button