ଦୁର୍ଘଟଣା

ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ କଟକ ବଡ଼ ଡାକ୍ତରଖାନା ICU ବୁଲି ଦେଖିବା ସହ ଆହତ ରୋଗୀଙ୍କୁ ଭେଟିଲେ ନବୀନ ପଟନାୟକ

ଭୁବନେଶ୍ୱର :- ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ କଟକ ଯାଇ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ SCB ମେଡିକାଲ କଲେଜ ର ICU ବୁଲି ଦେଖିବା ସହ ସ୍ଥାନାନ୍ତର ହୋଇଥିବା ଆହତ ରୋଗୀ ଙ୍କୁ ଭେଟି ଥିଲେ ଓ ସେମାନଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ।

କଟକ ବଡ଼ ଡାକ୍ତରଖାନା ପରି ଦେଶ ର ଏକ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଅନୁଷ୍ଠାନ ର ICU ରେ ଏଭଳି ଦୁର୍ଘଟଣା ରେ ଶ୍ରୀ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବିଜେଡି ସରକାର ସମୟରେ SCB କୁ ଏକ ବିଶ୍ୱ ସ୍ତରୀୟ ଅନୁଷ୍ଠାନ ଭାବେ ଗଢ଼ିବା ପାଇଁ କାମ ଆରମ୍ଭ କରିଥିଲେ।କିନ୍ତୁ ବିଜେପି ସରକାର SCB ର ବିକାଶ କାମରେ ଗୁରୁତର ଅବହେଳା କରିଛନ୍ତି।ଆଜି ର ଦୁର୍ଘଟଣା ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ଯିବାର ଦୁଃଖଦ ଉଦାହରଣ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ବିରୋଧୀ ଦଳ ନେତାଙ୍କ ସହ କଟକ ମେୟର ସୁବାସ ସିଂ ଙ୍କ ସମେତ ବିଜେଡି ର ନେତୃବର୍ଗ କଟକ ମେଡିକାଲ କଲେଜ କୁ ଯାଇ ଥିଲେ।

Leave a Reply

Your email address will not be published. Required fields are marked *

Back to top button