ଘାଟିରେ ଭୟଙ୍କର ଦୁର୍ଘଟଣା, କାର ଉପରେ ଓଲଟିଲା କାଠ ବୋଝେଇ ଟ୍ରକ

ଘାଟିରେ ଭୟଙ୍କର ଦୁର୍ଘଟଣା । କାର ଉପରେ ଓଲଟିଲା କାଠ ବୋଝେଇ ଟ୍ରକ । ୩ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲେ ଡ୍ରାଇଭର ଓ ଯାତ୍ରୀ । ମୟୁରଭଞ୍ଜ ଜିଲ୍ଲା ଦ୍ୱାରାଶୁଣି ଘାଟି ୪୯ ନମ୍ବର ଜାତୀୟ ରାଜପଥରେ କାର ଉପରେ ଓଲଟିଲା କାଠ ବୋଝେଇ ଟ୍ରକ l ଚାରି ଜଣ ଯୁବକ କାର ଯୋଗେ କୋଲକାତାରୁ ଝାଡ଼ଖଣ୍ଡ ଜଗନ୍ନାଥପୁର ଥାନା ଜୟନ୍ତଗଡ଼ ଅଞ୍ଚଳ ଫେରୁଥିଲା ବୋଲି ଦୁର୍ଘଟଣା ଘଟିଥିଲା l
ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାଠ ବୋଝେଇ ଟ୍ରକଟି ଏକ ଟ୍ରକକୁ ଓଭରଟେକ କରୁଥୁବା ସମୟରେ ଭାରସ୍ୟମ ହରାଇ କାର ଉପରେ ଓଲଟି ପଡିଥିଲା l ଖବର ପାଇ ବାଙ୍ଗିରିପୋଷି ପୋଲିସ ଅଗ୍ନିଶମ ବିଭାଗର ସାହାଯ୍ୟରେ ପ୍ରଥମେ ଦୁଇ ଜଣକୁ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ l ତେବେ କାର ଚାଳକ ଓ ହେଲପର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ । ପୋଲିସ ଓ ଅଗ୍ନିଶମ ବିଭାଗ ଦୀର୍ଘ ୩ଘଣ୍ଟା ପରିଶ୍ରମ ପରେ ଚାପି ହୋଇ ରହିଥିବା ଦୁଇ ଜଣକୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହିତ କ୍ରେନ ଯୋଗେ କାଠ ଗଣ୍ଡି ଓ ଦୁର୍ଘଟଣା ଗ୍ରସ୍ଥ ଗାଡିକୁ ସାଇଡ କରି ଗାଡି ଚଳାଚଳ ସ୍ୱାଭାବିକ କରିଥିଲା ।




