ଅପରାଧ

ନୀଳଗିରିରେ ଫାଶରେ ପଡି କଲରା ପତିରି ବାଘର ମୃତ୍ୟୁ, ଅଞ୍ଚଳରେ ଆତଙ୍କ

ନୀଳଗିରି, ୧୨/୦୫,
ବାଲେଶ୍ୱର ଜିଲ୍ଲା ନୀଳଗିରିରେ ପ୍ରଥମ ଥର ପାଇଁ ଏକ କଲରା ପତିରି ବାଘ ଫାଶରେ ପଡି ମୃତ୍ୟୁ ବରଣ କରିବା ଅଞ୍ଚଳ ବାସୀଙ୍କୁ ଆତଙ୍କିତ କରିଛି। ପ୍ରଥମ ଥର ପାଇଁ ମୃତ ବାଘକୁ ଦେଖିବା ପାଇଁ ଜନଗହଳି ଲାଗିଛି। ଏହିପରି ଏକ ଘଟଣା ନୀଳଗିରି ରେଞ୍ଜ ମିତ୍ରପୂର ସେକ୍ସନ ର ପାଟଣା ବିଟ୍ ହାଉସ୍ କାଠାଗୋଛି ପାହାଡ଼ରେ ଦେଖିବାକୁ ମିଳିଛି। କାଠ ଗୋଛି ପାହାଡ଼ର ଏକ ଛୋଟ ଶିମିଳି ଗଛରେ ଏକ ପ୍ରାୟ ୧୦ବର୍ଷର କଲରା ପତ୍ରି ବାଘ ଝୁଲୁ ଥିବାର ଖବର ଶୁଣିବା ପରେ ଘଟଣା ସ୍ଥଳରେ ପାଟଣା ବିଟ୍ ହାଉସ୍ ଗାର୍ଡ ସିଂ ରାଇ ହେମ୍ବ୍ରମ୍ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ମୃତ ବାଘ ବାବଦରେ ନୀଳଗିରି ରେଞ୍ଜର ମନୱାର ଖାଁ କୁ ଜଣାଇବା ପରେ ସଦଳେ ବଳେ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଘଟଣା ବାବଦରେ ବାଲେଶ୍ୱର ଡି.ଏଫ୍.ଓ ଙ୍କୁ ଅବଗତ କରାଇବା ପରେ ଡି.ଏଫ୍.ଓ ମଧ୍ୟ ପହଞ୍ଚି ପ୍ରାଥମିକ ତଦନ୍ତ କରିଛନ୍ତି। ମୃତ ବାଘ ଟି କୁଲଡ଼ିହା ଅଭୟାରଣ୍ୟରୁ ପଳାଇ ଆସିଥିବା ବେଳେ ଗଛରେ ଲଗାଯାଇଥିବା ବାଇକ୍ କ୍ଲଚ ତାରରେ ଲଗାଯାଇଥିବା ଫାଶରେ ପଡ଼ିଥିଲା। ବାଘର କମର ନିକଟରେ ଫାଶ ଟି ଜରି ଯାଇଥିଲା। ଫଳରେ ଅଣନିଶ୍ୱାସୀ ହୋଇ ହୃଦଘାତ ଜନିତ ଯୋଗୁଁ ବାଘର ମୃତ୍ୟୁ ଘଟିଥାଏ ବୋଲି ଭୁବନେଶ୍ୱରରୁ ଆସିଥିବା ଜେ.ଟି.ଏଫ୍.ଏସ.ପି ବଟକୃଷ୍ଣ ମିଶ୍ର ପ୍ରକାଶ କରିବା ସହ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ତଦନ୍ତକାରୀ ଅଧିକାରୀଣି ତଥା ଏ.ସି.ଏଫ୍ ତଟନି ସେଠୀ ପହଞ୍ଚି ତଦନ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button