ଭୁଲରେ ବି ଏହି ସ୍ଥାନରେ ରଖନ୍ତୁ ନାହିଁ ଇନଭର୍ଟର, ନଚେତ୍ ସୃଷ୍ଟି କରିପାରେ ବିପଦ

ଇନଭର୍ଟର କେଉଁଠି ରଖିବେ ତାକୁ ନେଇ ଆପଣ ଚିନ୍ତା ଆସିଛନ୍ତି କି ? ଆପଣ ଜାଣନ୍ତି କି ଘରେ ଭୁଲ ସ୍ଥାନରେ ଏହାକୁ ରଖିବା ଦ୍ୱାରା ବିପଦଜନକ ହୋଇପାରେ । ତେବେ ଏ ସମ୍ପର୍କରେ ନିଶ୍ଚିତ ଜାଣିରଖନ୍ତୁ । ଆମେ ଆଜି ଆପଣଙ୍କୁ ଆପଣଙ୍କ ଘରେ ଇନଭର୍ଟର ରଖିବାର ସଠିକ୍ ସ୍ଥାନ ଏବଂ ଏହା ପଛର କାରଣ କହିବୁ।
ଯେତେବେଳେ ଇନଭର୍ଟର ବ୍ୟାଟେରୀ ଚାର୍ଜ ହୁଏ ଏହା ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥାଏ । ଯଦି ଆପଣ ଇନଭର୍ଟରକୁ ଘର ଭିତରେ ରଖନ୍ତି, ତେବେ ଏହି ବିଷାକ୍ତ ଗ୍ୟାସ ଆପଣଙ୍କ ପରିବାର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏଥି ସହିତ ଇନଭର୍ଟର ବ୍ୟାଟେରୀ ଅଧିକ ଗରମ ହେଲେ କିମ୍ବା ସର୍ଟ-ସର୍କିଟ୍ ହେଲେ ଘରେ ନିଆଁ ଲାଗିବାର ଆଶଙ୍କା ମଧ୍ୟ ବୃଦ୍ଧି କରିପାରେ । ଯଦି ଏପରି କ୍ଷତି କରୁଛି ତେବେ କେଉଁଠି ଏହାକୁ ରଖିବା ଉଚିତ ଆସନ୍ତୁ ଜାଣିବା ।
ଇନଭର୍ଟରକୁ ଏପରି ଏକ ସ୍ଥାନରେ ରଖନ୍ତୁ ଯେପରି ଏଥିରୁ ନିର୍ଗତ ହେଉଥିବା ଗ୍ୟାସ ଆପଣଙ୍କ କ୍ଷତି ନ କରିପାରିବ । ତେଣୁ ଏହାକୁ ମେନ ଗେଟ ବାହାରେ କିମ୍ବା ବାଲକୋନୀରେ ଏହାକୁ ରଖନ୍ତୁ । ଯାହାଦ୍ୱାରା ଆପଣଙ୍କ ପରିବାର ଲୋକ ସୁରକ୍ଷିତ ରହିପାରିବେ । ବାହାରେ ରଖିବା ଦ୍ୱାରା ଏହି ଇନଭର୍ଟରର ଗ୍ୟାସ ବାୟୁରେ ବାଷ୍ପୀଭୂତ ହେବ ଏବଂ ଆପଣଙ୍କର କୌଣସି କ୍ଷତି କରିପାରିବ ନାହିଁ ।




