ସ୍ୱାସ୍ଥ୍ୟ

ଖାଆନ୍ତୁ ଡାର୍କ ଚକୋଲେଟ, ଖରାଦିନେ କେଶ ଡ୍ୟାମେଜରୁ କରିବ ରକ୍ଷା

ଚକୋଲେଟ ଏକ ଏଭଳି ଜିନିଷ ଯାହା ସମସ୍ତଙ୍କୁ ଖୁବ୍ ପସନ୍ଦ । ଆଜିକାଲିକା ଯୁବ ପିଢିଙ୍କ ପାଇଁ ଚକୋଲେଟର ଚାହିଦା ବେଶ୍ ଅଧିକ ରହିଛି । ଅନେକ ଲୋକ ମଧ୍ୟ ନିଜ ଖାଇବା ଲିଷ୍ଟରେ ଚକୋଲେଟକୁ ଆଡ୍ କରିଥାନ୍ତି । ଯେଉଁମାନେ ଚକୋଲେଟକୁ ଭଲ ପାଆନ୍ତି ସେମାନେ ତାଙ୍କ ଘରେ ଏବଂ ପର୍ସରେ ଏହାକୁ କ୍ୟାରି କରିଥାନ୍ତି । ଯଦି ଆପାଣଙ୍କୁ ଡୋନଟ, ମିଠା, ମିଲ୍କ ଚକୋଲେଟ, ମିଲ୍କ କେକ କିମ୍ବା ଏପରି କୌଣସି ବି ମିଠା ଖାଇବାକୁ ଇଛା ହେଉଛି ତାହେଲେ ଆପଣ ଏହି ଚକୋଲେଟ ଖାଇଇପାରିବେ ।

ଚକୋଲେଟ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂର କରିଥାଏ । ଡାର୍କ ଚକୋଲେଟ ନାଁ ଶୁଣିବା ମାତ୍ରେ ପାଡିରେ ପାଣି ଆସିଯାଏ । ଏହା କେବଳ ପାଟିକୁ ସ୍ବାଦ ଲାଗି ନଥାଏ । ବରଂ ଦେହ ପାଇଁ ମଧ୍ୟ ଲାଭପ୍ରଦ ହୋଇଥାଏ । କେଶକୁ ଘନ,  ମଜବୁତ ଏବଂ ଲମ୍ବା କରିବାକୁ କିଏ ବା ନଚାହେଁ । ବିଶେଷ କରି ଝିଅମାନଙ୍କ କେଶ ସହିତ ଗୋଟିଏ ଅଲଗା ଭାବନା ଜଡିତ ହୋଇ ରହିଥାଏ । କେଶର ଅନେକ ଯତ୍ନ ନେଇଥାନ୍ତି । କେଶ କେମିତି ଭଲ ଏବଂ ସୁନ୍ଦର ରହିବ ସେନେଇ ଖୁବ୍ ସଚେତନ ଥାନ୍ତି ଝିଅମାନେ । ଆପଣଙ୍କ ଯଦି କେଶକୁ ନେଇ ସମସ୍ୟା ରହିଛି  ତେବେ ଡାର୍କ ଚକୋଲେଟ ଖାଆନ୍ତୁ ।

ଆପଣ ହୁଏ ତ ଏହାକୁ ବିଶ୍ବାସ କରିନପାରନ୍ତି । ଡାର୍କ ଚକୋଲେଟରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା କେଶ ପାଇଁ ବହୁତ ଲାଭଦାୟକ। ଫ୍ରି ରାଡିକାଲ୍ସ କାରଣରୁ କେଶ ଦୁର୍ବଳ ହୋଇଥାଏ । ଏହା ସହିତ କେଶକୁ ମଧ୍ୟ ଧଳା କରି ଦେଇଥାଏ ।ଚକୋଲେଟ କିନ୍ତୁ କେଶର ଗ୍ରୋଥ୍ ପାଇଁ ଡାର୍କ ଚକୋଲେଟ୍ ବେଶ୍ ଉପଯୋଗୀ । ଝଡିବା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଡାର୍କ ଚକୋଲେଟରେ ୭୦%କୋକୋ ଥାଏ । ଡାର୍କ ଚକୋଲେଟରେ ଏସିଡ ଏବଂ ଭିଟାମିନ ଭରପୂର ମାତ୍ରାରେ ରହିଥାଏ । ଯାହାକୁ କେଶ ପାଇଁ ଳାଭଦାୟୀ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ମଶ୍ଚୁରାଇଜ ଏବଂ ଚମକ ଦେଇଥାଏ । ଏଥିରେ ଫ୍ଲାଭାନୋଲ୍ସ ମଧ୍ୟ ଥାଏ, ଯାହା କେଶ ବୃଦ୍ଧିରେ ସାହାଯ୍ୟ କରେ ଏବଂ ଆମ ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରେ, ଯାହା ଦ୍ୱାରା ରକ୍ତଚାପ ହ୍ରାସ ପାଏ।

ଡାର୍କ ଚକୋଲେଟରେ ଉଚିତ୍ ପରିମାଣର ପୋଷକ ତତ୍ତ୍ବ ଥିବାରୁ କେଶ ପାଇଁ ଲାଭଦାୟକ ହୋଇଥାଏ । ଭଲ ଏବଂ ମଜବୁତ କେଶ ପାଇଁ ଆଇରନ, କପର, ମିନେରାଲ ଏବଂ ଜିଙ୍କସ ଥିବା ଆବଶ୍ୟକ । ଡାର୍କ ଚକୋଲେଟରେ ଥିବା ପୋଷକ ତତ୍ତ୍ୱ କେବଳ କେଶର ବୃଦ୍ଧି କରିନଥାଏ ବରଂ ସୂର୍ଯ୍ୟ କିରଣରୁ ମଧ୍ୟ ରକ୍ଷା କରିଥାଏ । ସୂର୍ଯ୍ୟର କ୍ଷତିକାରକ ୟୁଭି କିରଣରୁ ମଧ୍ୟ ମୁଣ୍ଡକୁ ସୁରକ୍ଷା ଦେଇଥାଏ। ଏହା ଯୋଗୁଁ ସୂର୍ଯ୍ୟ କିରଣ ଯୋଗୁଁ କେଶ ଶୀଘ୍ର କ୍ଷତିଗ୍ରସ୍ତ ହୁଏ ନାହିଁ କିମ୍ବା ଦୁର୍ବଳ ହୁଏ ନାହିଁ। ଏହା କେଶକୁ ମଜବୁତ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଆପଣ ଆପଣଙ୍କ ଖାଦ୍ୟ କିମ୍ବା କେଶ ଯତ୍ନରେ ଡାର୍କ ଚକୋଲେଟକୁ ସାମିଲ କରିପାରିବେ, ଏହା କେଶକୁ ସୁସ୍ଥ ରଖିବାର ଏକ ଭଲ ଉପାୟ। କିନ୍ତୁ ମନେରଖନ୍ତୁ ଯେ ଅଧିକ ଖାଇବା ଉଚିତ୍ ନୁହେଁ। ଭଲ ଫଳାଫଳ ପାଇଁ, ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଆପଣଙ୍କ କେଶର ଉପଯୁକ୍ତ ଯତ୍ନ ମଧ୍ୟ ନିଅନ୍ତୁ।

Leave a Reply

Your email address will not be published. Required fields are marked *

Back to top button