ସ୍ୱାସ୍ଥ୍ୟ

ପ୍ରତିଦିନ ଖାଆନ୍ତୁ ତୁଳସୀ ପତ୍ର, ଅନେକ ରୋଗରୁ ଦେବ ଆରାମ

ଆଜି ଆମେ ଆପଣଙ୍କୁ ଏକ ଏପରି ଗଛ ସମ୍ପର୍କରେ କହିବାକୁ ଯାଉଛୁ, ଯାହା ପ୍ରତ୍ୟେକ ଘରେ ଦେଖିବାକୁ ମିଳିଥାଏ । ହିନ୍ଦୁ ଧର୍ମରେ ତୁଳସୀ ଦେବୀଙ୍କୁ ପୂଜା କରାଯାଏ । ସେହିପରି ଏଥିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ଥିବାରୁ ଆୟୁର୍ବେଦରେ ଏହାକୁ ବିଶେଷ ଗୁରୁତ୍ବ ଦିଆଯାଇଥାଏ । ଏଥିରେ ଥିବା ଔଷଧୀୟ ଗୁଣ ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।

ଦୀର୍ଘ ଦିନ ଧରି ଲୋକମାନେ ସର୍ଦ୍ଦି, କାଶ, ଗଳାବ୍ୟଥା ଏବଂ ହଜମ ସମ୍ବନ୍ଧୀୟ କେତେକ ସମସ୍ୟାରେ ତୁଳସୀର ବ୍ୟବହାର କରିଆସୁଛନ୍ତି। ଏଥିସହ ତୁଳସୀରେ ଥିବା ବିଭିନ୍ନ ପ୍ରାକୃତିକ ଉପାଦାନ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ସମର୍ଥନ କରିପାରେ ବୋଲି ବିଭିନ୍ନ ଅଧ୍ୟୟନ ସୂଚିତ କରିଛି । ତେବେ ଏହା କୌଣସି ରୋଗର ନିଶ୍ଚିତ ଚିକିତ୍ସାର ବିକଳ୍ପ ନୁହେଁ । ତେବେ ଆସନ୍ତୁ ଆମେ ତୁଳସୀର ଉପକାରିତା ଗୁଣ ସମ୍ପର୍କରେ ଜାଣିବା ।

ଥଣ୍ଡା ଏବଂ କାଶ ଦୂର କରେ: ପାଣିପାଗର ପରିବର୍ତ୍ତନ ହେତୁ ଅନେକ ଲୋକଙ୍କୁ ଥଣ୍ଡା ଏବଂ କାଶ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ତେଣୁ ଏହି ସମସ୍ୟା ପାଇଁ ଆପଣଙ୍କ ଲାଇଫଷ୍ଟାଇଲରେ ତୁଳସୀ ପତ୍ର ଚା ଏବଂ କାଢ଼ାକୁ ସାମିଲ କରିବା ଉଚିତ୍ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଯୋଗାଇବାରେ ସାହାଯ୍ୟ କରିଥାଏ । ଛାତିରେ ଥଣ୍ଡା ଏବଂ କୋଷ୍ଠକାଠିନ୍ୟକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ ।

ଶ୍ବାସକ୍ରିୟା ସମସ୍ୟାରୁ ମୁକ୍ତି କରେ : ତୁଳସୀ ଜୀବାଣୁନାଶକ ଏବଂ ପ୍ରଦାହ ବିରୋଧୀ ଗୁଣରେ ଭରପୁର । ଯାହା ଥଣ୍ଡା, କାଶ, କଫ ଏବଂ ବ୍ରୋଙ୍କାଇଟିସ୍ ପାଇଁ ଖୁବ୍ ପ୍ରଭାବଶାଳୀ ଔଷଧ । ଏହାର ପତ୍ରକୁ ଆଣି କାଢା କରି ମଧ୍ୟ ଆପଣମାନେ ପିଇପାରିବେ ।

ପାଚନକ୍ରିୟାକୁ ମଜବୁତ କରେ : ଗ୍ୟାସ୍, ବଦହଜମୀ କିମ୍ବା ପେଟ ଯନ୍ତ୍ରଣା ଭଳି ସମସ୍ୟା ପାଇଁ ତୁଳସୀ ପତ୍ର ଖୁବ୍ ଉପକାରୀ ବୋଲି ପ୍ରମାଣିତ । ଏହି ପତ୍ର ଖାଇବା ଦ୍ବାରା ପାଚନ ଶକ୍ତି ଉନ୍ନତି କରିବା ସହ ପେଟରେ ଥିବା କ୍ଷତିକାରକ ଜୀବାଣୁ ନଷ୍ଟ କରିବାରେ ସହାୟକ କରେ ।

ଚର୍ମ ଓ କେଶ ପାଇଁ ଲାଭଦାୟକ : ତୁଳସୀରେ ଆଣ୍ଟିଅକ୍ସିଡାଣ୍ଟ ଓ ଫଙ୍ଗାଲ ବିରୋଧୀ ଗୁଣ ରହିଛି । ଯାହାର ପେଷ୍ଟକୁ ମୁହଁରେ ଳଗାଇବା ଦ୍ବାରା ବ୍ରଣ,ଦାଗ ଏବଂ କୁଣ୍ଡାଇ ହେବା ଭଳି ସମସ୍ୟା ଦୂର ହୋଇଥାଏ । ଏହାର ପାଣିରେ ମୁଣ୍ଡ ଧୋଇବା ମଧ୍ୟ ଖୁବ୍ ଫଳପ୍ରଦ ।

ଚାପ ଏବଂ ମାନିସିକ ଥକ୍କାପଣ ଦୂର କରେ : ଆଜିକାଲି ଅନେକ ଲୋକ ଖରାପ ଜୀବନଶୈଳୀ ହେତୁ ଚାପରେ ରୁହନ୍ତି। ଏଭଳି ପରିସ୍ଥିତିରେ ତୁଳସୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ । ଏଥିରେ ଥିବା ଲାଭକାରୀ ଗୁଣ ଚାପ, ଚିନ୍ତା ଏବଂ ମୁଣ୍ଡବିନ୍ଧାରୁ ତୁରନ୍ତ ମୁକ୍ତି ପ୍ରଦାନ କରିଥାଏ । ବିଶେଷ କରି ଏହି ସମସ୍ୟା ଥିଲେ ଖାଲି ପେଟରେ ତୁଳସୀ ଖାଇବାର ଅଭ୍ୟାସ କରନ୍ତୁ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ : ପାଗ ପରିବର୍ତ୍ତନ ଯୋଗୁଁ ଜ୍ୱର ଏବଂ ସଂକ୍ରମଣ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ଏହି ସବୁ ସମସ୍ୟା ପାଇଁ ତୁଳସୀ ପତ୍ରର ଚା’ ଅତ୍ୟନ୍ତ ଲାଭଦାୟକ । ଏହା ପ୍ରାକୃତିକ ଭାବରେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ ।

ପାଟିର ଦୁର୍ଗନ୍ଧ ଦୂର କରେ : ଖରାପ ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ଆପଣ ତୁଳସୀ ପତ୍ର ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ଖାଇବା ଦ୍ୱାରା ଖରାପ ଦୁର୍ଗନ୍ଧ ଦୂର ହୁଏ ।

Leave a Reply

Your email address will not be published. Required fields are marked *

Back to top button