ଅମିତାଭ ସଂପୂର୍ଣ୍ଣ ସୁସ୍ଥ, ସେୟାର କଲେ ପ୍ରଥମ ବ୍ଲଗ୍

ବଲିଉଡର ଶେହନଶାହ ଭାବେ ଜଣାଶୁଣା ବିଗ୍ ବି ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଚର୍ଚ୍ଚା ଭିତରେ ପ୍ରଥମ ବ୍ଲଗକୁ ସେୟାର କରିଛନ୍ତି । ତାଙ୍କ ପେଟରେ କିଛି ସମସ୍ୟା ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେ ଏବେ ବିଲକୁଲ୍ ଠିକ୍ ରହିଛନ୍ତି । ରୁଟିନ ଚେକଅପ୍ ପାଇଁ ହସପିଟାଲ ଯାଇଥିଲେ ।
ଏହାରି ଭିତରେ ବିଗ୍ ବି ନିଜର ପ୍ରଥମ ବ୍ଲଗ୍ ପୋଷ୍ଟ ସେୟାର କରିଛନ୍ତି । ନିଜ ବ୍ଲଗରେ ଅଭିତାଭ ବଚ୍ଚନ ଫ୍ୟାନ୍ସଙ୍କୁ ଏକ କବିତା ସେୟାର କରିଛନ୍ତି । ଆଉ ନିଜ ସ୍ବାସ୍ଥ୍ୟାବସ୍ଥା ବିଷୟରେ କଥା ହେବାକୁ ମନା କରିଛନ୍ତି ।
ଅମିତାଭ ବଚ୍ଚନ ମଙ୍ଗଳବାର ରାତି ପ୍ରାୟ ୧୨:୦୦ ଟା ସମୟରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ, ପିଲୋରି-ବଡୁମ୍ବା । ଏହି ପୋଷ୍ଟ ଦେଖିବା ପରେ ୟୁଜର୍ସମାନେ ତାଙ୍କର ଭିନ୍ନ ମତ ଦେବାରେ ଲାଗଇଥିଲେ । ହେଲିକୋବ୍ୟାକ୍ଟର ପାଇଲୋରି ସଂକ୍ରମଣକୁ ସାଧାରଣ ଭାଷାରେ ପାଇଲୋରି, ପିଲୋରି କିମ୍ବା ବଡୁମ୍ବା କୁହାଯାଏ । ଏହା ଏକ ପ୍ରକାରର ଜୀବାଣୁ ସଂକ୍ରମଣ ଯାହା ପେଟରେ ଯନ୍ତ୍ରଣା ଏବଂ ବଦହଜମୀ ସୃଷ୍ଟି କରେ ।
ରିପୋର୍ଟ ଅନୁସାରେ, ଅମିତାଭ ବଚ୍ଚନ ନାନାବତୀ ହସ୍ପିଟାଲର ତୃତୀୟ ମହଲାରେ ଥିବା ଏ-ୱିଙ୍ଗରେ ରହିଥିଲେ । ପୁଅ ଅଭିଷେକ ବଚ୍ଚନ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଭେଟିଥିଲେ । କିନ୍ତୁ ନେଇ ଅମିତାଭ କିମ୍ବା ତାଙ୍କ ଟିମ ତରଫରୁ କୌଣସି ଅଫିସିଆଲ ସୂଚନା ମିଳିନାହିଁ । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ଶୁଣି ଫ୍ୟାନ୍ସ ଚିନ୍ତିତ ହୋଇଛନ୍ତି । କିନ୍ତୁ ସେ ରୁଟନି ଚେକ୍ ଅପ୍ ପରେ ଘରକୁ ଫେରିଛନ୍ତି ।
ଅମିତାଭଙ୍କ ଫିଲ୍ମ ଆଗକୁ ସାଇନ୍ସ ଫିକ୍ସନ୍ ଫିଲ୍ମ କଲ୍କି ୨୮୯୮ ଏଡି ପାର୍ଟ ୨, ବ୍ରହ୍ମାସ୍ତ୍ର ପାର୍ଟ ୨, ଦେବ ରହିଛି । ସେ ଆଙ୍ଖେଁ ୨ ଏବଂ କୋର୍ଟରୁମ୍ ଡ୍ରାମା ସେକ୍ସନ୍ ୮୪ ରେ ମଧ୍ୟ କାମ କରୁଛନ୍ତି ।




