ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେବେ ହୁମା କୁରେଶୀ ଓ ରଚିତ ସିଂହ, ଜାଣନ୍ତୁ କେବେ ଏବଂ କେଉଁଠି କରିବେ ବିବାହ?

ହୁମା କୁରେଶୀ ବହୁତ ଦିନ ଧରି ରଚିତ ସିଂହଙ୍କୁ ଡେଟ୍ କରୁଛନ୍ତି । ପ୍ରଶଂସକମାନେ ଏହି ଦମ୍ପତିଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଶେଷରେ, ଖବର ଆସିଛି ଯେ ହୁମା ଖୁବ୍ ଶୀଘ୍ର ତାଙ୍କ ପ୍ରେମିକ ରଚିତଙ୍କୁ ବିବାହ କରିବେ । ଏହି ଦମ୍ପତି ଆମେରିକାରେ ଗପ୍ତ ଭାବରେ ନିର୍ବନ୍ଧ କରିଥିଲେ ଏବଂ ଏବେ ସେମାନଙ୍କ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ତେବେ ଆସନ୍ତୁ ଜାଣିବା ହୁମା ଏବଂ ରଚିତ କେବେ ବିବାହ ବନ୍ଧନରେ ଆବଦ୍ଧ ହେବେ ।

ଏକ ରିପୋର୍ଟ ଅନୁଯାୟୀ, ହୁମା କୁରେଶୀ ଏବଂ ତାଙ୍କ ମଙ୍ଗେତର ରଚିତ ସିଂହଙ୍କ ବହୁ ପ୍ରତୀକ୍ଷିତ ବିବାହ ୨୦୨୬ ଶେଷ ସୁଦ୍ଧା ହେବାର ଆଶା କରାଯାଉଛି । ସେମାନେ ବର୍ତ୍ତମାନ ଅକ୍ଟୋବର ଶେଷ କିମ୍ବା ନଭେମ୍ବରରେ ବିବାହ କରିବାକୁ ପ୍ଲାନ କରୁଛନ୍ତି । ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଯଦିଓ ହୁମା କିମ୍ବା ରଚିତଙ୍କ ଦ୍ୱାରା କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ, ହେଲେ ରିପୋର୍ଟ ନିଶ୍ଚିତ କରିଛି ଯେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ଏକ ତଥ୍ୟ ଅନୁଯାୟୀ ହୁମା କୁରେଶୀ ଏବଂ ରଚିତ ସିଂହ ଏକ ସିମ୍ପଲ ବିବାହ ଏବଂ ଗ୍ରାଣ୍ଡ ରିସେପ୍ସନ ଚାହୁଁଛନ୍ତି । ଆହୁରି ମଧ୍ୟ କୁହାଯାଉଛି ଯେ, ‘ହୁମା ସେ ଏକ ଛୋଟ ଇଣ୍ଟିମେଣ୍ଟ ବିବାହ ପାର୍ଟି ଏବଂ ତା’ପରେ ଇଣ୍ଡଷ୍ଟ୍ରି ପାଇଁ ଏକ ରିସେପ୍ସନ ପାର୍ଟି ଦେବେ । ଗ୍ରାଣ୍ଡ ବିବାହ ହେବ ନାହିଁ, ବରଂ କେବଳ ନିକଟତମ ବନ୍ଧୁ ଏବଂ ପରିବାର ସହିତ ଏକ ଗ୍ରାଣ୍ଡ ରିସେପ୍ସନ ହେବ । ବର୍ତ୍ତମାନ, ସବୁଠାରୁ ବଡ଼ କଥା ହେଉଛି ଯେ ବିବାହ ମୁମ୍ବାଇରେ ହେବ ।

ହୁମା କୁରେଶୀ ଏବଂ ରଚିତ ସିଂହଙ୍କ ପ୍ରେମ କାହାଣୀ:
ହୁମା କୁରେଶୀ ଏବଂ ରଚିତ ସିଂହଙ୍କ ସମ୍ପର୍କ ପ୍ରଥମେ ସେତେବେଳେ ଚର୍ଚ୍ଚାରେ ପଡ଼ିଥିଲା ଯେତେବେଳେ ସେମାନଙ୍କୁ ‘ଥାମା’ ଫିଲ୍ମର ସ୍କ୍ରିନିଂରେ ଏକାଠି ଦେଖାଯାଇଥିଲା । ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହରେ ଏକାଠି ଦେଖାଯିବା ପରେ ଚର୍ଚ୍ଚା ଜୋର ଧରିଥିଲା ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ହୁମା କୁରେଶୀ ୟଶ ଷ୍ଟାର ଏବଂ ଗୀତୁ ମୋହନଦାସଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ‘ଟକ୍ସିକ: ଏ ଫେୟାରଟେଲ୍ ଫର୍ ଗ୍ରୋନ୍-ଅପ୍ସ’ରେ ନଜର ଆସିବେ । ସେ ଏହି ଫିଲ୍ମରେ ଏଲିଜାବେଥ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମ ନିର୍ମାତାମାନେ ଏପର୍ଯ୍ୟନ୍ତ ‘ଟକ୍ସିକ’ ପାଇଁ ନୂଆ ରିଲିଜ୍ ତାରିଖ ଘୋଷଣା କରିନାହାଁନ୍ତି ।

 

Leave a Reply

Your email address will not be published. Required fields are marked *

Back to top button