ଅପରାଧ

ବହୁ ଚର୍ଚ୍ଚିତ ନାବାଳିକାଙ୍କୁ ବିକ୍ରୟ କରି ଗଣଦୁଷ୍କର୍ମ ଘଟଣାରେ ଝିଅ ଚାଲାଣକାରୀ ମୁଖ୍ୟ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଂଚଳର ଜଣେ ଆଦିବାସୀ ଝିଅକୁ ଚାକିରୀ ପ୍ରଲୋଭନ ଦେଖାଇ ବିକ୍ରୟ କରିବା ଏବଂ ଦୁଇ ବର୍ଷରୁ ଅଧିକ ଦିନ ଧରି ଗଣ ଦୁଷ୍କର୍ମ କରାଯିବା ଘଟଣାର ମୁଖ୍ୟ ଦଲାଲ ତଥା ବାହାର ରାଜ୍ୟକୁ ଝିଅ ଚାଲାଣକାରୀ ଅଭିଯୁକ୍ତ ବିନୋଦ ପାତ୍ରକୁ ଗିରଫ କରିଛି ପୋଲିସ। ଢେଙ୍କାନାଳ ଏସପି ଅଭିନବ ସୋନକରଙ୍କ ନେତୃତ୍ୱରେ ଏକ ଟିମ ଅଭିଯୁକ୍ତକୁ ବିଶାଖାପାଟଣାରୁ ଗିରଫ କରିଛି। ଅଭିଯୁକ୍ତ ବିନୋଦର ଘର କଙ୍କଡ଼ାହାଡ଼ ଥାନା ଶଶାପଶି ଗାଁରେ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ବିନୋଦ ପୀଡିତାଙ୍କୁ ୨ ବର୍ଷ ତଳେ ଉତ୍ତରପ୍ରଦେଶ ଝାନ୍ସୀ ଅଞ୍ଚଳର ଦଲାଲ ଆଶିଷ ଯାଦବକୁ ଲକ୍ଷେ ଟଙ୍କାରେ ବିକ୍ରୟ କରିଥିଲା। ପରେ ଆଶିଷ ଯାଦବ ଏବଂ ତା’ର ବାପା କଲ୍ୟାଣ ଯାଦବ ନାବାଳିକାଙ୍କୁ ୩ ମାସ ଧରି ବାପାପୁଅ ଦୁଷ୍କର୍ମ ଓ ନିର୍ଯାତନା ଦେଇଥିଲେ। ଏପରିକି ନାବାଳିକା ଜଣଙ୍କର ଗର୍ଭକୁ ମଧ୍ୟ ନଷ୍ଟ କରିଥିଲେ। ପରେ ନାବାଳିକା ଜଣଙ୍କୁ ଆଶିଷ ଯାଦବ ଅନ୍ୟ ଜଣେ ବ୍ୟକ୍ତି ଚନ୍ଦ୍ରପାଲ କୁଶ୍ଵାହକୁ ୫୦ ହଜାର ଟଙ୍କାରେ ବିକ୍ରୟ କରିଥିଲେ । ସେଠାରେ ଚନ୍ଦ୍ରପାଲର ବଡ଼ ଭାଇ ଗଜେନ୍ଦ୍ର କୁଶ୍ଵାହ ଏବଂ ଦୁଇ କାକା ମଙ୍ଗଲ ଏବଂ ପରମ କୁଶ୍ଵାହ ମିଶି ୨ ବର୍ଷ ଧରି ଗଣଦୁଷ୍କର୍ମ କରିଥିଲେ। ଏବଂ ଯୌନ ପିପାସୁଙ୍କ କବଳରୁ ନାବାଳିକା ଜଣଙ୍କ ଆସିବା ପରେ ପୋଲିସର ସ୍ୱତନ୍ତ୍ର ଟିମର ତଦନ୍ତ ଆରମ୍ଭ ହୋଇଥିଲା। ଯାହାକୁ ନେଇ ଅଭିଯୁକ୍ତ ବିନୋଦ ପାତ୍ରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button