ଖରାଦିନେ କମାଇବାକୁ ଚାହୁଁଛନ୍ତି କି ଓଜନ? ଖାଆନ୍ତୁ ଏହି ଫଳ ଓ ତାର ଚୋପା

ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀର ସୁସ୍ଥ ରଖିବା ପାଇଁ ନାନାଧି ପ୍ରକାରର ଉପଚାର କରିଥାନ୍ତି । ଖାସ କରି ଖାଦ୍ୟପେୟର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ସହ ଏନେଇ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ଆଜି ଆମେ ଏନେଇ କିଛି ଏପରି ଫଳ ବିଷୟରେ କହିବାକୁ ଯାଉଛୁ ଯାହା ଖରାଦିନରେ ଚୋପା ସହ ସେବନ କରିବା ଦ୍ବାରା ଓଜନ କମିବା ସହିତ ଅଧିକ ଫାଇଦା ବି ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ଫଳ ମାନଙ୍କର ନାମ ।
ଆମ୍ବ: ଯେଉଁ ବ୍ୟକ୍ତି ଓଜନ କମ କରିବାପାଇଁ ଯାଉଛନ୍ତି ତାଙ୍କ ପାଇଁ ଆମ୍ବ ଆଉ ଏହାର ଚୋପା ଖୁବ ଲାଭକାରୀ ହୋଇଥାଏ । ଏହାର ଚୋପାରେ ଭରପୁର ମାତ୍ରାର ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ ଯାହା ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ । ଏଣୁ ଆମ୍ବ ସହ ଏହାର ଚୋପାର ସେବନ ମଧ୍ୟ କରିବା ଉଚିତ୍ ।
ସପେଟା:
ଖରାଦିନରେ ବହୁଳମାତ୍ରାରେ ସପେଟା ମିଳିଥାଏ । ଏହା ପାଟିକୁ ଯେତେ ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ଖୁବ ଲାଭକାରୀ ହୋଇଥାଏ । ଏଣୁ ଖାଲି ସପେଟା ନୁହଁ ଏହାର ଚୋପା ମଧ୍ୟ ଖୁବ ଲାଭକାରୀ । ଏହାର ଚୋପାରେ ଭରପୁର ମାତ୍ରର ଭିଟାମିନ ଏ, ବି, ସି ଏବଂ ଇ ରହିଥାଏ । ଏଣୁ ଭୁଲରେ ମଧ୍ୟ ଏହାର ଚୋପାକୁ ଫିଙ୍ଗନ୍ତୁ ନାହିଁ ।
ସେଓ:
ସେଓକୁ ସବୁବେଳେ ଖାଇବା ଉଚିତ୍ । କିଛି ଲୋକ ଏହାର ଚୋପା ଛଡ଼ାଇ ଖାଇଥାନ୍ତି । ଫଳରେ ଏଥିରେ ଥିବା ପୋଷକ ତତ୍ତ୍ବ କମ ହୋଇଯାଇଥାଏ । ଏଣୁ ସର୍ବଦା ସେଓକୁ ଚୋପା ସହ ହିଁ ଖାଆନ୍ତୁ ।
ଅଙ୍ଗୁର:
ଅଙ୍ଗୁର ଶରୀର ପାଇଁ ବେଶ୍ ଲାଭ ଦାୟକ । କାରଣ ଅଙ୍ଗୁରରେ ରହିଥିବା ପୋଷକ ହାର୍ଟ ସମ୍ବନ୍ଧୀୟ ଅସୁବିଧାରୁ ରକ୍ଷା କରିଥାଏ । ଏହା ଖାଇବାକୁ ଯେତିକି ସୁଆଦିଆ ସେତିକି ଲାଭଦାୟକ ।
ଅମୃତଭଣ୍ଡା:
ଖାଦ୍ୟରେ ଅମୃତଭଣ୍ଡା ସାମିଲ କରିବା ଜରୁରୀ । ଅମୃତଭଣ୍ଡାରେ ଭିଟାମିନ ସି ଏବଂ ଭିଟାମିନ ଏ ରହିଥାଏ । ଯାହାଦ୍ୱରା ଆଖି ଏବଂ ଇମ୍ୟୁନିଟି ଦୁଇଟି ମଜବୁତ ହୋଇଥାଏ । ଏଥିରେ ଫାଇବର ମଧ୍ୟ ମିଳିଥାଏ ଯାଗା ଦ୍ୱାରା ପେଟ ଏବଂ ହଜମ ଭଲ ରହିଥାଏ । ଓଜନ କମାଇବାରେ ମଧ୍ୟ ଅମୃତଭଣ୍ଡା ଲାଭଦାୟକ ଫଳ ବୋଲି କୁହାଯାଏ ।
କଦଳୀ:
କଦଳୀରେ ଭିଟାମିନ ଏ,ବି ,ସି ,ଇ , ପୋଟାସିୟମ ଏବଂ ମ୍ୟାଗ୍ନିସିୟମର ଭରପୁର ମାତ୍ରାରେ ରହିଥାଏ । ଏଥିରେ ଏମିନୋଏସିଡ ରହିଥାଏ । କଦଳୀରେ ଭିଟାମିନ ବି-6 ମିଳିଥାଏ । ଯାହା ଏକ ଆଣ୍ଟି ଆକ୍ସିଡେଣ୍ଟ ଅଟେ ।
ଡାଳିମ୍ବ:
ଡାଳିମ୍ବ ଖାଇଲେ ଶରୀରକୁ ଭରପୁର ଭିଟାମିନ ସି ଏବଂ ଫାଇବର ବହୁତ ମାତ୍ରାରେ ମିଳିଥାଏ । ଏହା ଓଜନ କମାଇବା ପାଇଁ ମଧ୍ୟ ସହାୟକ ହୋଇଥାଏ । ଥଣ୍ଡା କାଶରୁ ମଧ୍ୟ ମୁକ୍ତି ଦେଇଥାଏ । ଡାଳିମ୍ବରେ କ୍ୟାଲସିୟମ ଭରପୁର ପରିମାଣରେ ରହିଥାଏ ଏବଂ ଏହା ଆଣ୍ଟି ଆକ୍ସିଡେଣ୍ଟ ହୋଇଥିବାରୁ ଚର୍ମ ସହ ସ୍ବାସ୍ଥ୍ୟକୁ ସୁସ୍ଥ ରହିଥାଏ ।
ତରଭୁଜ:
ଅଧିକ ପୌଷ୍ଟିମ ଫଳ ହେଉଛି ତରଭୁଜ । ଯାହା ଶରୀରର ପାଣିର ଅଭାବକୁ ଦୂର କରେ । ଏହାର ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହା ଖରାଦିନ ପାଇଁ ବେଶ୍ ଲାଭ ଦାୟକ । ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ । ତେଣୁ ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ ଖାଦ୍ୟରେ ସାମିଲ୍ କରନ୍ତୁ ଏହି ଫଳ ଏବଂ ତାର ଚୋପା ।




