ମନୋରଞ୍ଜନ

ନିଜ ସୀମାରେ ରୁହ… ପାପାରାଜିଙ୍କ ଉପରେ ରାଗିଗଲେ ଜରୀନ ଖାନ

ବଲିଉଡ ଅଭିନେତ୍ରୀ ଜରୀନ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏକ ଇଭେଣ୍ଟ ସମୟରେ ପାପାରାଜିଙ୍କ ଏକ ଟିପ୍ପଣୀ ତାଙ୍କୁ ବିଲକୁଲ ପସନ୍ଦ ଆସିନାହିଁ । ଆଉ ଏହାକୁ ତୁରନ୍ତ ଫଟୋଗ୍ରାଫରର୍ସଙ୍କୁ ସାମ୍ନାରେ ଶୁଣାଇ ଦେଇଛନ୍ତି । ଜରୀନ ଖାନ କହିଛନ୍ତି, ସେ ବିଲକୁଲ ଏଭଳି କଥାକୁ ବରଦାସ୍ତ କରିବେ ନାହିଁ ।

ଅଭିନେତ୍ରୀ ଜରୀନ ଖାନ ଏକ ବ୍ରାଣ୍ଡର ଲଞ୍ଚ ଇଭେଣ୍ଟରେ ପହଞ୍ଚିଥିଲେ । ଅଭିନେତ୍ରୀ ଜଣକ ଏକ ବ୍ରାଣ୍ଡର ଜମ୍ପସୁଟ, ଜ୍ୟାକେଟ ଏବଂ ଡ୍ରେସରେ ଫଟୋ ପୋଜ ଦେଇଥିବା ବେଳେ ଜଣେ ଫଟୋଗ୍ରାଫର କହିଥିଲେ କି, ଡ୍ରେସ ଟ୍ରାଏ କରିକି ଦେଖାନ୍ତୁ । ଏହା ଶୁଣିବା ପରେ ଜରୀନ ରାଗିଯାଇଥିଲେ । ସେ ତୁରନ୍ତ ଜବାବ ଦେଇ କହିଥିଲେ, ତୁମ ମାନଙ୍କ ସାମ୍ନାରେ ? ଫଟୋଗ୍ରାଫର ଜଣକ ହଁ କରିଥିବା ବେଳେ ଜରୀନ ଏଭଳି କରିବେ ନାହିଁ ବୋଲି ମନା କରିଦେଇଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି, ମୋ ସହିତ ଫାଲତୁ କଥା କରନ୍ତୁ ନାହିଁ । ଏମିତି ମୁଁ କେବେ ବି ବରଦାସ୍ତ କରିବି ନାହିଁ । ନିଜ ସୀମାରେ ରହିକି କଥାବାର୍ତ୍ତା କରନ୍ତୁ ସମସ୍ତେ । ତାଙ୍କ ଜବାବ ଶୁଣି ଉପସ୍ଥିତ ଥିବା ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଜରୀନ ଖାନଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଅନେକ ଲୋକ ସପୋର୍ଟ କରିଥିଲେ । ୟୁଜର୍ସ ଲେଖିଛନ୍ତି, ଜରୀନ ବିଲକୁଲ ଠିକ୍ କରିଛନ୍ତି । ଅନ୍ୟ ଜଣେ କହିଛନ୍ତି, ପାପାରାଜୀ ଏଭଳି କଥା କହିପାରିବେ ? କ’ଣ ପାଇଁ କ୍ୟାମେରା ସାମ୍ନାରେ ଡ୍ରେସ ଚେଞ୍ଚ କରିବେ । ଆଉ କିଏ କହିଛି କି, ଜରୀନ ଠିକ୍ ଜବାବ ଦେଇଛନ୍ତି । କିଏ ବି ନିଜର ସୀମା ଅତିକ୍ରମ କରିବା ଉଚିତ ନୁହେଁ ।

ଜରୀନ ଖାନ ୨୦୧୦ରେ ସଲମାନଙ୍କ ସହିତ ଫିଲ୍ମ ବୀରରେ ବଲିଉଡ ଡେବ୍ୟୁ କରିଥିଲେ । ଏହାପରେ ଫିଲ୍ମ ରେଡୀର ଗୀତ କ୍ୟାରେକ୍ଟର ଢିଲା, ହାଇସଫୁଲ ୨, ହେଟ ଷ୍ଟୋରୀ ୩, ଅକ୍ସର ୨, ୧୯୨୧ ରେ ନଜର ଆସିଛନ୍ତି । ଦୀର୍ଘଦିନରୁ ବଡ଼ ପରଦାରୁ ଦୂରେଇ ରହିଛନ୍ତି ଜରୀନ ।

Leave a Reply

Your email address will not be published. Required fields are marked *

Back to top button