ଦୁର୍ଘଟଣା

ଗଛରେ ପିଟି ହେଲା ବାଇକ, ଜଣେ ମୃତ , ଦୁଇ ଗୁରୁତର

କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଚାଞ୍ଜେଡି ଛକରେ ଏକ ଗଛରେ ପିଟି ହୋଇ ଜଣେ ଯୁବକର ମୃତ୍ୟୁ ଘଟିଥିଲା । ଏଥିରେ ଦୁଇ ଜଣ ଗୁରୁତର ଆହାତ ହୋଇ ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମୃତ ଯୁବକ ଜଣକ ହେଲେ ଲେଟକିଙ୍ଗିଆ ଗ୍ରାମର ବୋଲି ଜଣାପଡିଛି ।

ସୁଚନା ଅନୁଯାୟୀକ ନୂଆଁ ଗାଁ ଥାନା ଅନ୍ତର୍ଗତ ଲେଟକିଙ୍ଗିଆ ଗ୍ରାରୁ ଏଗାର ଜଣ ଯୁବକ ବାଇକରେ କ୍ରିକେଟ୍ ଖେଳ ସାରି ତିନି ଜଣ ନିଜ ଗ୍ରାମକୁ ଫେରୁଥିବା ବେଳେ ଚାଞ୍ଜେଡି ଛକରେ ଥିବା ଏକ ଗଛ ରେ ପୀଠଟି ହେଇଥିଲେ । ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଆହତ ମାନଙ୍କୁ ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।

Leave a Reply

Your email address will not be published. Required fields are marked *

Back to top button