ଏକାଠି କେନ୍ଦ୍ର ଯୋଗ ଗଠନ କରିବେ ସୂର୍ଯ୍ୟଦେବ ଓ ବରୁଣ, ଏହି ୫ ଟି ରାଶି ଉପରେ ପଡ଼ିବ ଅଶୁଭ ପ୍ରଭାବ

୨୬ ଜୁନ୍ ୨୦୨୬ରେ ମହାକାଶରେ ଏକ ବଡ଼ ଏବଂ ଦୁର୍ଲଭ ଜ୍ୟୋତିଷ ଘଟଣା ଘଟିବାକୁ ଯାଉଛି । ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ ସକାଳ ୪ଟା ୬ ମିନିଟ୍ ସମୟରେ ଆତ୍ମାର କାରକ ସୂର୍ଯ୍ୟଦେବ ଏବଂ ରହସ୍ୟମୟୀ ଗ୍ରହ ବରୁଣ ଦେବ ପରସ୍ପରର ଠିକ୍ ୯୦ ଡିଗ୍ରୀରେ ଏକାଠି ହୋଇ କେନ୍ଦ୍ର ଯୋଗର ଗଠନ କରିବେ । ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଏବଂ ବରୁଣଙ୍କ ମଧ୍ୟରେ ଗଠନ ହେଉଥିବା କେନ୍ଦ୍ରଯୋଗକୁ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଅନେକ ଦୃଷ୍ଟିରୁ ନକାରାତ୍ମକ ବୋଲି ବିବେଚନା କରାଯାଏ । ବରୁଣ ଗ୍ରହଙ୍କ ଭ୍ରମଣ, ଧୋକା, ଅଜ୍ଞାତ ଭୟ ଏବଂ ମାନସିକ ଉଥଳ-ପୁଥଳର କାରକ ବୋଲି ବିବେଚନା କରାଯାଏ । ସେହିପରି ସୂର୍ଯ୍ୟ ଆମର ଆତ୍ମା ଓ ଆତ୍ମବିଶ୍ବାସର ପ୍ରତୀକ ।
ଯେତେବେଳେ ଏହି ଦୁଇଟି ପରସ୍ପର ସାମ୍ନାରେ ୯୦ଟିଗ୍ରୀରେ ଆସିଥାଆନ୍ତି ତେବେ ବ୍ୟକ୍ତିର ନିର୍ଣ୍ଣୟ କ୍ଷମତାକୁ ପ୍ରଭାବିତ କରିଥାଏ । ଏଥର ଏହି କେନ୍ଦ୍ରଯୋଗର ଅଶୁଭ ପ୍ରଭାବ ବିଶେଷ ଭାବେ ୫ ଟି ରାଶିର ଜୀବନ ଉପରେ ଭାରି ପଡ଼ିବ । ତେବେ ଆସନ୍ତୁ ସେହି ରାଶିଗୁଡ଼ିକ ସମ୍ପର୍କରେ ଜାଣିବା ।
ମେଷ ରାଶି : ସୂର୍ଯ୍ୟ ଓ ବରୁଣଙ୍କ ଯୋଗ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମାନସିକ ଚାପ ଓ ଦ୍ବନ୍ଦ୍ବ ସ୍ଥିତି ସୃଷ୍ଟି କରିବ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ତାଳମେଳ କମ୍ ରହିବ । ଆପଣଙ୍କର ହେବାକୁ କିଛି କାମ ଶେଷ ମୂହୁର୍ତ୍ତରେ ଅଟକି ଯାଇପାରେ । ଯାହା ଦ୍ବାରା ଚିଡ଼ିଚିଡ଼ା ଅନୁଭବ ହେବ । ତେଣୁ ଏହି ସମୟରେ କୌଣସି ନୂଆ ପ୍ରୋଜେକ୍ଟ କିମ୍ବା ବିଜନେସ୍ ଡିଲ୍ ଉପରେ ଅନ୍ଧ ଭଳି ବିଶ୍ବାସ କରନ୍ତୁ ନାହିଁ । ପଇସା ଲେଣ ଦେଣରେ ଧୋକା ମଧ୍ୟ ଖାଇପାରନ୍ତି ।
ମିଥୁନ ରାଶି : ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ସ୍ବାସ୍ଥ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ଉତ୍ଥାନ-ପତନ ଦେଖାଦେଇପାରେ । ବରୁଣ ଦେବ ଭ୍ରମ ଭଳି ପ୍ରଭାବ ଆପଣଙ୍କୁ ଭୁଲ୍ ନିବେଶ କରିବାକୁ ବାଧ୍ୟ କରିପାରେ । ହଠାତ୍ ଖର୍ଚ୍ଚ ବଢିଯାଇପାରେ । ଯାହା ଦ୍ବାରା ଆପଣଙ୍କ ବଜେଟ ଉପରେ ପ୍ରଭାବ ପକାଇବ । ସ୍ବାସ୍ଥ୍ୟ ପ୍ରତି ଅବହେଳା ଆଦୌ କରନ୍ତୁ ନାହିଁ । ବିଶେଷ କରି ପେଟ ଏବଂ ଆଖି ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ଆଇନଗତ ମାମଲାରୁ ଦୂରେଇ ରୁହନ୍ତୁ ।
ସିଂହ ରାଶି : ସୂର୍ଯ୍ୟଦେବ ସିଂହ ରାଶିର କର୍ତ୍ତା ଅଟନ୍ତି । ତେଣୁ ଏହି କେନ୍ଦ୍ରଯୋଗର ସିଧା ଏବଂ ଗଭୀର ପ୍ରଭାବ ପଡ଼ିପାରେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ମାନ ସମ୍ମାନରେ ଆଞ୍ଚ୍ ଆସିପାରେ । ସିନିୟର ଅଧିକାରୀଙ୍କ ସହିତ କିଛି କଥାକୁ ନେଇ ମନମତାନ୍ତର ହେବାର ଆଶଙ୍କା ରହିଛି । ଆପଣଙକ ଭିତରର ଅହଙ୍କାରକୁ ଆୟତ୍ତ କରିବାକୁ ଚେଷ୍ଟା କରନ୍ତୁ । ପାର୍ଟନରସିପରେ ଯଦି ବିଜନେସ୍ କରୁଛନ୍ତି ତେବେ ପାର୍ଟନରଙ୍କ ଗତିବିଦ୍ଧି ଉପରେ ନଜର ରଖନ୍ତୁ । ସ୍ବଚ୍ଛତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ ।
ତୁଳା ରାଶି : ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ପାରିବାରିକ ଜୀବନ ଏବଂ ମାନସିକ ଶାନ୍ତିକୁ ପ୍ରଭାବିତ କରିବାରେ ପ୍ରମାଣିତ ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ କିଛି ପୁରୁଣା କଥାକୁ ନେଇ ଅବିଶ୍ବାସ ଭାବନା ସୃଷ୍ଟି କରିପାରେ । ଆପଣ ଚାପଗ୍ରସ୍ତ ମଧ୍ୟ ଅନୁଭବ କରିପାରନ୍ତି । ଏହାରି ମଧ୍ୟରେ ଘର ପରିବାର ମାମଲାରେ ଶାନ୍ତ ରୁହନ୍ତୁ । ଭାବିଚିନ୍ତି ପ୍ରତିକ୍ରିୟା ରଖନ୍ତୁ । ନଚେତ୍ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ ।
ମୀନ ରାଶି : ମୀନ ରାଶିର ଲୋକଙ୍କ ପାଇଁ ଏହି ସମୟରେ କ୍ୟାରିଅର ଏବଂ ବ୍ୟକ୍ତିଗତ ଜୀବନ ଉଭୟକୁ ସମ୍ଭାଳିକି ଚାଲିବା ଖୁବ୍ ଗୁରୁତ୍ବପୂର୍ଣ୍ଣ । ଆପଣଙ୍କ ନକରାତ୍ମକ ଚିନ୍ତାଧାରା ଆପଣଙ୍କୁ ଆଚ୍ଛାଦିତ କରିପାରେ । ଯାହା ଦ୍ବାରା କାର୍ଯ୍ୟ ଦକ୍ଷତାକୁ ପ୍ରଭାବିତ କରିବ । ଚାକିରି ପରିବର୍ତ୍ତନ ପାଇଁ ଏହି ସମୟ ଖରାପ ରହିଛି । ଏହି ସମୟରେ କୌଣସି ବଡ଼ ନିଷ୍ପତ୍ତି ମଧ୍ୟ ନିଅନ୍ତୁ ।
ଉପଚାର :
ସୂର୍ଯ୍ୟଦେବଙ୍କ ପୂଜା : ସବୁଦିନ ସକାଳେ ତମ୍ବା ପାତ୍ରରେ ଜଳ ଆଣି ସେଥିରେ କିଛି କୁଙ୍କୁମ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ ଏବଂ ଓଁ ଘୃଣି ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ ।
ବରୁଣଙ୍କ ପୂଜା : ମନକୁ ଶାନ୍ତ ରଖିବା ପାଇଁ ଏବଂ ବରୁଣଙ୍କ ନକରାତ୍ମକ ପ୍ରଭାବରୁ ବଞ୍ଚିବାକୁ ଚାହୁଁଥିଲେ ପ୍ରତିଦିନ ୧୦ ରୁ ୧୫ ମିନିଟ୍ ଧ୍ୟାନ ଏବଂ ପ୍ରଣାୟାମ୍ କରନ୍ତୁ ।
ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ : ମାନସିକ ସ୍ପଷ୍ଟତା ପାଇଁ ଏବଂ ଆତ୍ମବିଶ୍ବାସ ବନାଇ ରଖିବା ପାଇଁ ପ୍ରତିଦିନ ୨୧ କିମ୍ବା ୧୦୮ ଥର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । ଯାହା ଆପଣଙ୍କୁ ଶୁଭ ଫଳ ଦେବ ।




