ଔଷଧୀୟ ଗୁଣରେ ଭରପୂର ଅପରାଜିତା, ଏହି ସବୁ ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ଦିଏ ମୁକ୍ତି

ଅପରାଜିତା ଗାଁ ଗହଳିରୁ ନେଇ ସହର ପର୍ଯ୍ୟନ୍ତ ମିଳୁଥିବା ସାଧାରଣ ଗଛଟିଏ l ଏହା ଯେଉଁଠି ସେଇଠି ଲଟା ପରି ମାଡି ଯାଏ l ଆୟୁର୍ବେଦରେ ଅପରାଜିତାଙ୍କୁ ଗୋଟିଏ ଜଡିବୁଟି ଭାବରେ ଗୁରୁତ୍ୱ ଦିଆଯାଇଛି l ବିଶେଷ କରି ଅପରାଜିତା ଫୁଲ ବର୍ଷା ଋତୁରେ ଅଧିକ ଫୁଟିଥାଏ l ଏହାର ଆୟୁର୍ବେଦରେ ବହୁଳ ପରିମାଣରେ ବିଭିନ୍ନ ରୋଗ ପାଇଁ ଉପଚାର କରାଯାଇଥାଏ l ଅପରାଜିତା ଦୁଇ ପ୍ରକାରର ଦେଖିବାକୁ ମିଳେ ଗୋଟିଏ ହେଉଛି ଧଳା ଓ ଅନ୍ୟଟି ହେଉଛି ନୀଳ l ଅପରାଜିତା ଫୁଲରେ ହେଉଥିବା ରୋଗର ଉପଚାର ବିଷୟରେ ଆସନ୍ତୁ ସେ ସମ୍ପର୍କରେ ଜାଣିବା l
ମୁଣ୍ଡବିନ୍ଧା ହେଉଥିଲେ ଅପରାଜିତାର ବ୍ୟବହାର କରାଯାଇଥାଏ । ଯାହାକୁ ଗୋଟିଏ ଯନ୍ତ୍ରଣା ନାଶକ ଔଷଧ ଭାବେ ବିବେଚନା କରାଯାଏ । ଯେତେବେଳେ ମୁଣ୍ଡବିନ୍ଧା ହେଉଛି ସେତେବେଳେ କଞ୍ଚା ଅପରାଜିତା ମଞ୍ଜିରୁ ରସ ତିଆରି କରି ଖାଲି ପେଟରେ ସକାଳୁ ସେବନ କରିବା ଦ୍ୱାରା ଲାଭ ମିଳିଥାଏ l ଏଥି ସହିତ କିଛି ବୁନ୍ଦା ଏହାର ରସ ନାକରେ ପକାଇବା ଦ୍ବାରା ମାଇଗ୍ରେନ୍ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଅନେକ ଲୋକଙ୍କର ଥଣ୍ଡାରୁ ମଧ୍ୟ କାନ ବିନ୍ଧା ହୋଇଥାଏ । ଏହାର ରସକୁ ଗରମ କରି କାନରେ ଲେପ ଭଳି ଲଗାଇବା ଦ୍ବାରା କାନ ଯନ୍ତ୍ରଣାରୁ ଉପଶମ ମିଳିପାରିବ ।
ଆଜିକାଲି ଅବସାଦ ଗ୍ରସ୍ତ ହେବ ଗୋଟିଏ ସାଧାରଣ ଜିନିଷ l କିନ୍ତୁ ଧ୍ୟାନରେ ରଖନ୍ତୁ ଯେ ଅପରାଜିତାର ଅବସାଦ ଦୂର କରିବାର ଗୁଣ ରହିଛି l ଅବସାଦ ଗ୍ରସ୍ତ ବ୍ୟକ୍ତିକୁ ଅପରାଜିତା ଫୁଲକୁ ବାଟି ମୁଣ୍ଡରେ ଲେପ ଦିଆଗଲେ ଅବସାଦ ଦୂର ହୋଇଥାଏ l
ମଧୁମେହ ରୋଗରେ ଅପରାଜିତା ରକ୍ତ ସର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ମଧୁମେହ ରୋଗୀ ମାନଙ୍କୁ ସକାଳ ଓ ରାତ୍ରିର ଭୋଜନ ପରେ ଅପରାଜିତା ଫୁଲରେ ଚାହା ପ୍ରସ୍ତୁତ କରି ପିଇବାକୁ ଦେବା ଦ୍ୱାରା ସେମାନଙ୍କର ରକ୍ତ ସର୍କରା ନିୟନ୍ତ୍ରିତ ରହିଥାଏ l
ଗଳା ଯନ୍ତ୍ରଣା କିମ୍ବା ଟନସିଲ୍ ପାଇଁ ପ୍ରାୟ ୧୦ ଗ୍ରାମ ଅପରାଜିତା ପତ୍ରକୁ ଅଧ ଲିଟର ପାଣିରେ ଫୁଟାନ୍ତୁ। ପାଣି ଅଧା ହୋଇଗଲେ, ଏହାକୁ ଛାଣି ପିଅନ୍ତୁ । ଏହାକୁ କାଢା ପରି ପିଅନ୍ତୁ । ଏହା ଆପଣଙ୍କ ଗଳା ଯନ୍ତ୍ରଣାରୁ ଯଥେଷ୍ଟ ଆରାମ ଦେବ ।
କିଡନୀ ଜନିତ ସମସ୍ୟା ପାଇଁ ମଧ୍ୟ ଅପରାଜିତା ଫୁଲ ଖୁବ୍ ଲାଭକାରୀ ହୋଇଥାଏ । ଯଦି ଆପଣ ଏହି ଯନ୍ତ୍ରଣା ପାଉଛନ୍ତି ତେବେ ୫ ଗ୍ରାମ ଅପରାଜିତା ଚେରକୁ ଚାଉଳ ପାଣିରେ ବାଟି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସକାଳେ ଓ ସନ୍ଧ୍ୟା ସମୟରେ ପିଇବା ଦ୍ୱାରା କିଡ଼ନୀ ସମସ୍ୟାରୁ ମୁକ୍ତି ମିଳିଥାଏ l
ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିକୁ ଭଜା ହୋଇଥିବା ଅପରାଜିତା ମଞ୍ଜି ଖୁବ୍ ଫଳପ୍ରଦ ହୋଇଥାଏ । ଏହାକୁ ଅଧଗ୍ରାମ ଗୁଣ୍ଡ କରି ମହୁ ମିଶାଇ ଦିନକୁ ଦୁଇଥର ସେବନ କରିବା ଦ୍ବାରା ଜଣ୍ଡିସରୁ ଆରମ୍ ମିଳିବ l ତା ସହିତ ଅପରାଜିତା ଚେର ୬ ଗ୍ରାମ ନେଇ ଗୁଣ୍ଡ କରନ୍ତୁ ତାହାକୁ ଦହି ସହିତ ମିଶାଇ ଜଣ୍ଡିସ ରୋଗୀକୁ ଖାଇବାକୁ ଦିଅନ୍ତୁ । ଜଣ୍ଡିସ ରୋଗ ଦୂର ହେବ । ଏହି ସବୁ ସମସ୍ୟା ଥିଲେ ଅପରାଜିତା ଫୁଲର ଏପରି ବ୍ୟବହାର କରନ୍ତୁ ।




