ଦୁର୍ଘଟଣା

ଖାଇକୁ ଖସିଲା ଟେମ୍ପୋ ଟ୍ରାଭେଲର, ୨ ମୃତ ଓ ୨୫ ଆହତ

ଉତ୍ତରାଖଣ୍ଡର ନୈନୀତାଲରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଟେମ୍ପୋ ଟ୍ରାଭେଲର ଖାଇକୁ ଖସିପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସୂଚନାନୁଯାୟୀ,ମରେଠର ତାଲା ଫ୍ୟାକ୍ଟ୍ରି ଅଞ୍ଚଳରେ ଥିବା ଏକ ପରିବାରର ସଦସ୍ୟ ତାଙ୍କ ସମ୍ପର୍କୀୟଙ୍କ ସହ ୩-୪ ଦିନ ପୂର୍ବରୁ ନୈନିତାଲ ବୁଲିବାକୁ ଯାଇଥିଲେ । ବୁଧବାର ରାତିରେ ସମସ୍ତେ ପୁଣି ନୈନୀତାଲରୁ ମେରଠକୁ ଫେରୁଥିଲେ । ଏହାରି ମଧ୍ୟରେ କାଳାଢୁଙ୍ଗି ରୋଡରେ ଏହି ଦୁର୍ଘଟଣା ଘଟିଥିଲା । ଅତ୍ୟଧିକ ବେଗରେ ଯାଉଥିବା ଟେମ୍ପୋ ଟ୍ରାଭେଲର ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଖାଇକୁ ସିଧାସଳଖ ଖସିପଡ଼ିଥିଲା । ତୁରନ୍ତ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ତୁରନ୍ତ ପ୍ରଶାସନ ଟିମ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଥିଲା । ଦୁଇ ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲାବେଳେ ଅନ୍ୟ ୨୫ ଜଣ ଚିକିତ୍ସାଧୀନ ଅଛନ୍ତି । ଦୁର୍ଘଟଣାର ଗମ୍ଭୀରତାକୁ ଦେଖି ନୈନିତାଲ DM ଏବଂ SSP କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଏଥିସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ହସ୍ପିଟାଲର ଏକ ସ୍ବତନ୍ତ୍ର ଟିମକୁ ମଧ୍ୟ ସଜାଗ ରଖାଯାଇଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ମରେଠ ତାଲା ଫ୍ୟାକ୍ଟ୍ରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

Back to top button