ରାଜନୀତି

ଆଜି ମେଡିକାଲରୁ ଡିସଚାର୍ଜ ହେବେ ଚାମେଲି ଓଝା, ଜିଲ୍ଲାପାଳଙ୍କୁ ଭେଟିବେ

ଆଜି ମେଡିକାଲରୁ ଡିସଚାର୍ଜ ହେବେ ବହୁ ଚର୍ଚ୍ଚିତ ତିଖିରି ସରପଞ୍ଚ ଚାମେଲି ଓଝା । ଆଜି ୧୧ ଟା ବେଳକୁ କେନ୍ଦ୍ରାପଡ଼ା ମେଡିକାଲରୁ ଡିସଚାର୍ଜ ହେବେ । ମେଡିକାଲରୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭେଟିବେ ବୋଲି କହିଛନ୍ତି ଚାମେଲି ଓଝା । ଜିଲ୍ଲାପାଳଙ୍କୁ ଚାମେଲି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଓ ଦାବିପତ୍ର ଦେବେ। ପରେ ନିଜ ଗାଁ ତିଖିରିକୁ ଯାଇ ନିଜର କାମ ପୁଣି ଆରମ୍ଭ କରିବେ । ତାଙ୍କ ବିବାଦର ଦୋଷୀ ମାନଙ୍କ ବିରୋଧରେ ଲଢେ଼ଇ ଯାରିରଖିବେ ବୋଲି କହିଛନ୍ତି ଚାମେଲି ଓଝା । ଚାମେଲିଙ୍କ ଭାଇ ସୂର୍ଯ୍ୟ କାନ୍ତଙ୍କୁ କାଲି ଜାମିନ ମିଳିପାରେ ବୋଲି ତାଙ୍କ ସୂଚନା ଦେଇଛନ୍ତି । ଗୋଟିଏ ପଟେ ପୂରା ପ୍ରଶାସନ, ଆଉ ଗୋଟିଏ ପଟେ ଏକା ଚାମେଲି ।

୧୦ ତାରିଖରୁ ଆରମ୍ଭ ହୋଇଥିବା ମହାକାଳପଡ଼ାରେ ଏହି ଚାମେଲି-ପ୍ରଶାସନ ଲଢେଇ ଆଠ ଦିନରେ ପହଞ୍ଚିଛି।ବିଡିଓଙ୍କ ଅଫିସ ଭିତରୁ ଆରମ୍ଭ ହୋଇଥିଲା ପ୍ରଥମ ବିବାଦ । ଏବେ ମହାକାଳପଡ଼ାରୁ ଆରମ୍ଭ ହୋଇଥିବା ଏହି ଘଟଣା ଏବେ ଦିଲ୍ଲୀ ଦରବାରରେ ପହଁଚିଛି । କେନ୍ଦ୍ରାପଡା ମେଡିକାଲ, ଜେଲ ପୁଣି ମେଡିକାଲରୁ ଚର୍ଚ୍ଚା ଏବେ ସାରା ରୀଜ୍ୟରେ ଉଲଚଲ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ ଦିଲ୍ଲୀ ଦରବାରରେ ପହଞ୍ଚି ସାରିଛି ଏହି ପ୍ରସଙ୍ଗ । ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଚାମେଲିଙ୍କୁ ଭେଟୁଛନ୍ତି । ଜାତୀୟ ମାନବାଧିକାର ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନରେ ରିପୋର୍ଟ ଦେବା ପାଇଁ ହାଇକୋର୍ଟ ରେ ମାମଲା ଦାଏର ହୋଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ଗୋଟିଏ ତଦନ୍ତ ଟିମ ଗଠନ କରିଛନ୍ତି । କେନ୍ଦ୍ରାପଡ଼ା ଏସପି ମଧ୍ୟ ଘଟଣାର ସବିଶେଷ ତଦନ୍ତ କରୂଛନ୍ତି । ଜିଲ୍ଲାପାଳଙ୍କୁ ଚାମେଲି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଓ ଦାବିପତ୍ର ଦେବେ । ଦୋଷୀ ମାନଙ୍କ ବିରୋଧରେ ଲଢେ଼ଇ ଯାରିରଖିବେ ବୋଲି କହିଛନ୍ତି ସରପଂଚ ଚାମେଲି ଓଝା ।

Leave a Reply

Your email address will not be published. Required fields are marked *

Back to top button