ରାଜ୍ୟ

ବଦଳିଲେ ଶରଣକୂଳ ଥାନା IIC, ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଜାରି

ବଦଳିଲେ ଶରଣକୂଳ ଥାନା IIC । ଇନ୍ସପେକ୍ଟରଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଜାରି କରାଯାଇଛି। ନୟାଗଡ଼ ଜିଲ୍ଲାର ଶରଣକୂଳ ଥାନାର ଇନ୍ସପେକ୍ଟର ସୁଜିତ ଦାସଙ୍କ ବିରୋଧରେ ଜଣେ ମହିଳାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରାଯାଇଛି । ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସଠିକ୍ ତଦନ୍ତ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ୱାରା କରାଯିବ। ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ଦୃଷ୍ଟିରେ ରଖି ଇନ୍ସପେକ୍ଟର ସୁଜିତ ଦାସଙ୍କୁ ଶରଣକୂଳ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଶରଣକୂଳ ଥାନା ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। କିଛି ଦିନ ତଳେ ଶରଣକୁଳ ଥାନା ଅଂଚଳ ର ଜଣେ ମହିଳାଙ୍କ ଘରକୁ ଗାଁ ବିବାଦ କୁ ନେଇ ଗ୍ରାମବାସୀ ମାନେ ମାଡ଼ ପିଟି କରି ଘର ଭାଙ୍ଗିଦେଇଥିଲେ। ଏନେଇ ପୀଡିତା ଥାନାରେ ଗ୍ରାମବାସୀ ଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ। ଥାନା ଅଧିକାରୀ କେଶ ରେ ସହଯୋଗ କରିବାକୁ କହି ଫୋନ ନମ୍ବର ନେଇଥିଲେ। ଫୋନ ରେ ଭିଡିଓ କଲ, ଅଶ୍ଳୀଳ ମେସେଜ, ଫଟୋ ଓ ଅଶ୍ଳୀଳ କଥା କହିଥିବା ମହିଳା ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ତାଙ୍କ ଭଡା ଘରକୁ ନେଇ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ଥାନା ଅଧିକାରୀଙ୍କ ଭିଡିଓ କଲର ତଥ୍ୟ ସୋସିଆଲ ମିଡ଼ିଆ ରେ ଫଟୋ ଛାଡିବାରୁ ମିଛ ମାମଲାରେ ଜେଲ ପଠାଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି ମହିଳା ଜଣକ ନୟାଗଡ ଏସ ପି ଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Back to top button