ମନୀଷ ପଲଙ୍କ ଘରେ ଦୁଃଖର ମାହୋଲ, ୭୭ ବର୍ଷ ବୟସରେ ମା’ ଉର୍ମିଳାଙ୍କ ନିଧନ

ଟିଭି ଏବଂ ବଲିଉଡର ଲୋକପ୍ରିୟ ହୋଷ୍ଟ ତଥା ଅଭିନେତା ମନୀଷ ପଲଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼ । ମନୀଷ ପଲଙ୍କ ମା ଉର୍ମିଳା ପଲଙ୍କ ୭୭ ବର୍ଷ ବୟସରେ ନିଧନ ହୋଇଛି । ଏହି ଦୁଃଖଦ ଖବର ବିଷୟରେ ମନୀଷଙ୍କ ଟିମ୍ ସୂଚନା ଦେଇଛି । ଟିମ୍ ପକ୍ଷରୁ କୁହାଯାଇଛି, ଉର୍ମିଲା ପଲ ଏବେ ଦୁନିଆରୁ ଅଲବିଦା କରିଛନ୍ତି ଏବଂ ସମସ୍ତଙ୍କୁ ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ଅପିଲ୍ କରିଛନ୍ତି ।
ମା’ଙ୍କ ନିଧନ ପରେ ମନୀଷ ପଲ୍ ଇନଷ୍ଟାଗ୍ରାମରେ ଭାବୁକ ପୋଷ୍ଟ ସେୟାର କରିଛନ୍ତି, ଯାହା ଫ୍ୟାନ୍ସଙ୍କୁ କନ୍ଦାଇ ଦେଇଛି । ମନୀଷ ନିଜ ମାକୁ ମନେ ପକାଇ ଲେଖିଛନ୍ତି, ମୁଁ ଆଜି ମୋ ମାକୁ ସବୁଦିନ ପାଇଁ ହରାଇଛି । ମୋ ମା ମୋର ପ୍ରଥମ ଘର, ସବୁଠାରୁ ବଡ଼ ସାହାରରା ଏବଂ ଦୁନିଆର ସବୁଠୁ ସାହାସୀ ମହିଳା । ମୁଁ ଶବ୍ଦରେ କହିପାରିବି ନାହିଁ, ମୋ ଜୀବନରେ ମାର ସ୍ଥାନ କେହି ପୂରଣ କରିପାରିବେ ନାହିଁ । ମାର ଭଲପାଇବା, ଶକ୍ତି ଏବଂ ଦୟାଳୁତା ଏବଂ ଜୀବନରେ ଦେଇଥିବା ଶିକ୍ଷା ସବୁବେଳେ ମୋ ସହିତ ରହିବ ।
ସେ ଆହୁରି ଲେଖିଛନ୍ତି, ଆଶା କରୁଛି, ଆପଣ ବହୁତ ଶାନ୍ତିରେ ଥିବେ, ମା ମୋତେ ସେଭଳି ଭଲପାଉଥିବାରୁ ଧନ୍ୟବାଦ । ଗୋଟେ ମା ହିଁ ଏଭଳି କରିପାରିବ । ପୁଣିଥରେ ଦେଖା ହେବା ନଯାଏ, ସବୁବେଳେ ମୁଁ ଆପଣଙ୍କୁ ଭଲପାଉଥିବି ।
ମନୀଷ ପଲ୍ ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଲାଇମଲାଇଟରୁ ଦୂରେଇ ରଖିଛନ୍ତି । ମନୀଷ ପିଲାବେଳର ସାଙ୍ଗ ସଂଯୁକ୍ତା ପଲଙ୍କୁ ବିବାହ କରିଛନ୍ତି । ଦୁହିଁଙ୍କ ଦୁଇଟି ପିଲା ରହିଛି । ମନୀଷ ନିଜ କାମ ବାଦ୍ ନିଜ ପରିବାର ସହିତ ସମୟ ବିତାଇବାକୁ ପ୍ରାଥମିକତା ଦିଅନ୍ତି ।




