Khatron Ke Khiladi: ଖତରୋଁ କେ ଖିଲାଡ଼ି ୧୫ ଷ୍ଟଣ୍ଟବେଳେ ଗଭୀର ଆହତ ହେଲେ ଗୌରବ ଖାନ୍ନା

ରୋହିତ ସେଟ୍ଟୀଙ୍କ ଲୋକପ୍ରିୟ ଏବଂ ରୋମାଞ୍ଚକ ଭରା ଷ୍ଟଣ୍ଟ ରିଆଲିଟି ଶୋ ଖତରୋଁ କେ ଖିଲାଡ଼ି ୧୫ ଆରମ୍ଭ ହେବା ଦିନରୁ ଶିରୋନାମାରେ ରହିଛି । ଅଗଷ୍ଟ ୧ ତାରିଖରେ ପ୍ରସାରିତ ଏହି ଶୋର ଶେଷ ଏପିସୋଡରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ଦର୍ଶକଙ୍କୁ ଭୟଭୀତ କରିଦେଇଥିଲା । ଶୋ ମଧ୍ୟରେ ପ୍ରତିଯୋଗୀମାନଙ୍କୁ ଖତରନାକ ବଡି-ବ୍ଲାକ ଷ୍ଟଣ୍ଟ କରିବାକୁ ପଡ଼ିଥିଲା । ଯେଉଁଥିରେ ହାଇ ସ୍ପିଡ୍ ଲେଜର ଷ୍ଟଣ୍ଟ ଏବଂ ଗୁଳିକୁ ସାମ୍ନା କରିବାକୁ ପଡ଼ିଥିଲା । ଏହି ଖତରନାକ୍ ଷ୍ଟଣ୍ଟ କରୁଥିବାବେଳେ ଟିଭି ଅଭିନେତା ଗୌରବ ଖାନ୍ନା ଗଭୀର ଭାବେ ଆହତ ହୋଇଥିଲେ । ତାଙ୍କ ପିଠିରେ କ୍ଷତଚିହ୍ନ ଏବଂ ଲେଜର ବର୍ଣ୍ଣସ୍ ଦେଖିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏହି ଷ୍ଟଣ୍ଟ ଶୋ ହେବା ପରେ ଏବଂ ଟିଭିରେ ଏପିସୋଡ୍ ପ୍ରସାରିତ ହେବା ପରେ ଗୌରବ ଖାନ୍ନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଆହତ ହୋଇଥିବାର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ତାଙ୍କ ପିଠିରେ ଲାଲ୍ ଏବଂ ନୀଳ ଦାଗ ପଡିଥିବା ଦେଖିବାକୁ ମିଳିଥିଲା । ଭିଡିଓ ସେୟାର କରି ଲେଖିଛନ୍ତି ଯେ, ଟିଭିରେ ଏହାକୁ ପୁଣି ଥରେ ଦେଖିବା ପରେ ମଧ୍ୟ ତାଙ୍କୁ ସମାନ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହା ତାଙ୍କ ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ଅନୁଭୂତି ବୋଲି ବର୍ଣ୍ଣନା କରିଛନ୍ତି ଏବଂ ପ୍ରକାଶ କରିଛନ୍ତି ଯେ ଅନ୍ୟ ତିନି ଜଣ ପ୍ରତିଯୋଗୀ ମଧ୍ୟ ସମାନ କଷ୍ଟ ଭୋଗିଛନ୍ତି । ସେ ତାଙ୍କ ସହ-ପ୍ରତିଯୋଗୀ ଓରିଙ୍କୁ ତାଙ୍କ ପିଠି ଅବସ୍ଥାର ଭିଡିଓ ରେକର୍ଡ କରିବା ପାଇଁ ମଧ୍ୟ ମଜାଳିଆ ଭାବେ ଧନ୍ୟବାଦ ଜଣାଇଛନ୍ତି ।
ଏହି ଖତରନାକ ଚ୍ୟାଲେଞ୍ଜିଂ ଷ୍ଟଣ୍ଟରେ ୪ ଜଣ ପ୍ରତିଯୋଗୀ ଗୌରବ ଖାନ୍ନା, ବିଶାଳ ଆଦିତ୍ୟ ସିଂ, କରଣ ବାହୀ ଏବଂ ଶଗୁନ ଶର୍ମା ସାମିଲ ଥିଲେ । ଏହି କଷ୍ଟଦାୟକ ଟାସ୍କର ନିୟମ ଥିଲା ଯେ, ସମସ୍ତେ ତାଙ୍କ ପିଠିରେ ଲଗାତାର ଆସୁଥିବା ଲେଜର ଗୁଳି ସହିବା । ଯେପର୍ଯ୍ୟନ୍ତ ୪ ଜଣଙ୍କ ମଧ୍ୟରୁ ୨ ଜଣ ହାର ନ ମାନିଛନ୍ତି ସେ ପର୍ଯ୍ୟନ୍ତ ଏହି ମୁକାବିଲା ଚାଲିବ । ଏହି ଖତରନାକ ଟାସ୍କରେ ସର୍ବପ୍ରଥମେ ଶଗୁନ ଶର୍ମା ହାର ମାନିଥିଲେ ଏବଂ ପରେ ଗୌରବ ଖାନ୍ନା ଏହି ଟାସ୍କରୁ ବାହାରି ଯାଇଥିଲେ । ଆଘାତ ଏବଂ ଯନ୍ତ୍ରଣା ଟାସ୍କକୁ ସମାପ୍ତ କରିବାରେ ଗୌରବଙ୍କ ସାହସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।
ଅନ୍ୟପଟେ ଗୌରବଙ୍କ ମା ଏହି ଶୋ ବିପକ୍ଷରେ ଥିଲେ ବୋଲି ଅଭିନେତା ଏକ ଇଣ୍ଟରଭ୍ୟୁରେ କହିଥିଲେ । ବିଗ୍ ବସ୍ ସମୟରେ, ଯେତେବେଳେ ଘରେ ଉତ୍ତେଜନା ବୃଦ୍ଧି ପାଉଥିଲା, ତାଙ୍କ ମାଆ ଅତ୍ୟନ୍ତ ବିରକ୍ତ ହୋଇଯାଉଥିଲେ ଏବଂ କେତେକ ସମୟରେ ଚିନ୍ତା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିଲା ବୋଲି ମଧ୍ୟ ସେ କହିଥିଲେ । ଖତରୋଁ କେ ଖିଲାଡି ବିଷୟରେ ତାଙ୍କ ମାଆଙ୍କ ଚିନ୍ତା ବିଶେଷ ଭାବରେ ତୀବ୍ର ଥିଲା କାରଣ ମାନସିକ ଏବଂ ଶାରୀରିକ ଆଘାତର ଆଶଙ୍କା ଅଧିକ ଥିଲା । ତଥାପି, ଗୌରବ ତାଙ୍କ ମାଆଙ୍କୁ ବୁଝାଇ କହିଥିଲେ ଯେ ଏହି ଶୋ’ ସମ୍ପୂର୍ଣ୍ଣ ସୁରକ୍ଷାକୁ ଧ୍ୟାନରେ ରଖି କରାଯାଏ ।




