ଯୋଗିନୀ ଏକାଦଶୀରେ ଏହି ୫ ସ୍ଥାନରେ ଜଳାନ୍ତୁ ଦୀପ, ଘରକୁ ଆସିବ ସୁଖ-ସମୃଦ୍ଧି

ଆଜି ଆଷାଢ଼ ମାସର କୃଷ୍ଣପକ୍ଷ ଯୋଗିନୀ ଏକାଦଶୀ ପାଳନ କରାଯାଉଛି । ଶାସ୍ତ୍ର ଅନୁସାରେ ଯୋଗିନୀ ଏକାଦଶୀ ବ୍ରତକୁ ଅତ୍ୟନ୍ତ ବିଶେଷ ଓ ଫଳପ୍ରଦ ବୋଲି ମନାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ବ୍ରତ ପାଳନ ସହ ପୂଜା-ଅର୍ଚ୍ଚନା କଲେ ବ୍ୟକ୍ତି ପାପରୁ ମୁକ୍ତି ପାଇଥାଏ । ଏହାସହ ଭଗବାନ ବିଷ୍ଣୁଙ୍କ କୃପାରୁ ଜୀବନରେ ସୁଖ-ସମୃଦ୍ଧି ଆସିଥାଏ । କୁହାଯାଏ ଯେ, ଏହି ବ୍ରତ ପାଳନ କରିବା ଦ୍ୱାରା ୮୮ ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇବା ସମାନ ପୁଣ୍ୟ ଲାଭ ହୁଏ ।
ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ର ଅନୁସାରେ, ଯୋଗିନୀ ଏକାଦଶୀ ଦିନ ଘରର କିଛି ବିଶେଷ ସ୍ଥାନରେ ଦୀପ ଜଳାଇବା ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ଯଦି ଆପଣ ଚାହୁଁଛନ୍ତି ଯେ ଘରେ ସର୍ବଦା ସୁଖ-ସମୃଦ୍ଧି ବଜାୟ ରହୁ, ତେବେ ଆଜି ଘରର ଏହି ପାଞ୍ଚଟି ସ୍ଥାନରେ ନିଶ୍ଚିତ ଭାବେ ଦୀପ ଜଳାନ୍ତୁ ।
ମୁଖ୍ୟ ଦ୍ୱାରରେ:
ଯୋଗିନୀ ଏକାଦଶୀ ଦିନ ଘରର ମୁଖ୍ୟ ଦ୍ୱାରରେ ଘିଅର ଦୀପ ଜଳାନ୍ତୁ । ଏହା କଲେ ଘରରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସକାରାତ୍ମକ ଶକ୍ତିର ପ୍ରବାହ ବଢ଼ିଥାଏ ।
ଘରର ମନ୍ଦିରରେ:
ଆଜିର ଦିନରେ ଘରର ମନ୍ଦିରରେ ଅଖଣ୍ଡ ଜ୍ୟୋତି କିମ୍ବା ଘିଅର ଦୀପ ଜଳାନ୍ତୁ । ଏହା ଦ୍ୱାରା ଦେବଦେବୀମାନେ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରନ୍ତି, ଯାହା ଘରରେ ସକାରାତ୍ମକ ପରିବେଶ ସୃଷ୍ଟି କରେ ।
ପିପଳି ଗଛ ନିକଟରେ:
ଏକାଦଶୀ ଦିନ ପିପଳି ଗଛ ନିକଟରେ ମଧ୍ୟ ଦୀପ ଜଳାନ୍ତୁ । ଏହି ଦିନ ପିପଳି ଗଛ ତଳେ ଦୀପ ଜଳାଇବା ଦ୍ୱାରା ଶନି ଦୋଷ ଓ ପିତୃ ଦୋଷ ଭଳି ବାଧାରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ଏହା ଫଳରେ ଅଟକି ରହିଥିବା କାମଗୁଡ଼ିକ ସଫଳ ହୋଇଥାଏ ।
ରୋଷେଇ ଘରରେ:
ରୋଷେଇ ଘରକୁ ଘରର ସବୁଠାରୁ ପବିତ୍ର ସ୍ଥାନ ବୋଲି ମନାଯାଏ । ଏଠାରେ ମା’ ଅନ୍ନପୂର୍ଣ୍ଣାଙ୍କ ବାସ ରହିଥାଏ । ଏକାଦଶୀ ଦିନ ରୋଷେଇ ଘରରେ ଦୀପ ଜଳାଇଲେ ଘରେ କେବେ ମଧ୍ୟ ଧନ-ଧାନ୍ୟର ଅଭାବ ଦେଖାଯାଏ ନାହିଁ ।
ଦୀପ ଜଳାଇବା ବେଳେ ଏହି କଥାଗୁଡ଼ିକର ଧ୍ୟାନ ରଖନ୍ତୁ:
ଦୀପ ଜଳାଇବା ପାଇଁ ସର୍ବଦା ଶୁଦ୍ଧ ଗାଈ ଘିଅ କିମ୍ବା ସୋରିଷ ତେଲ ବ୍ୟବହାର କରନ୍ତୁ । ଦୀପ ଜଳାଇବା ସମୟରେ ମନକୁ ଶାନ୍ତ ରଖନ୍ତୁ ଏବଂ ଶ୍ରଦ୍ଧାର ସହିତ ଭଗବାନ ବିଷ୍ଣୁଙ୍କ ଧ୍ୟାନ କରନ୍ତୁ ।




