ରାଜ୍ୟ

ରାତି ଅଧରେ ମହିଳାଙ୍କ ଘରେ ପଶିଲେ ASI, ପରିବାର ଲୋକେ ଧରି ଦେଲେ ଉତ୍ତମ ମଧ୍ଯମ

ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ହରଡଘଣାରେ ଥାନା ଏଏସ୍ଆଇ । ନୟାଗଡ ଜିଲ୍ଲା ରଣପୁର ଥାନା ଏଏସ୍ଆଇ ପ୍ରଶାନ୍ତ ପରିଡା ଗତକାଲି ବିଳମ୍ବିତ ରାତିରେ ଥାନାଠାରୁ ମାତ୍ର ୨ଶହ ମିଟର୍ ଦୁରରେ ଥିବା ସାନକୂଆ ସାହିର ଜଣେ ମହିଳାଙ୍କ ଘରେ ପଶିଥିଲେ । ପରିବାରଲୋକେ ପ୍ରଶାନ୍ତଙ୍କୁ ଧରି ଉତ୍ତମମଧ୍ଯମ ଦେଇଥିବା ଜଣାପଡିଛି । ସମ୍ପୃକ୍ତ ମହିଳାଙ୍କ ଘରେ ପୂର୍ବରୁ ପ୍ରଶାନ୍ତ ଭଡାରେ ରହୁଥିଲେ ଏବଂ କିଛିଦିନ ତଳେ ଘର ଛାଡି ଅନ୍ଯତ୍ର ରହୁଥିଲେ । ସେଠାରେ ରହୁଥିବା ସମୟରେ ପରିବାରର ଜଣେ ମହିଳାଙ୍କ ଉପରେ ପ୍ରଶାନ୍ତଙ୍କର ଖରାପ ନଜର ପଡିଥିଲା ।

ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ପ୍ରଶାନ୍ତ ସମ୍ପୃକ୍ତ ମହିଳାଙ୍କ ଘରେ ପଶିଥିବାବେଳେ ପରିବାର ଲୋକେ ତାଙ୍କୁ ଧରି ପ୍ରବଳ ମାଡ଼ ମାରିଥିଲେ । ପ୍ରଶାନ୍ତ କ୍ଷମା ମାଗିବା ପରେ ପରିବାର ଲୋକେ ଏବଂ ସାହି ଲୋକ ଛାଡିଥିଲେ । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ମଧ୍ଯ ଘଟଣାସମୟର ଭିଡିଓ ଭାଇରାଲ୍ ହୋଇଛି ।

Leave a Reply

Your email address will not be published. Required fields are marked *

Back to top button