ମନୋରଞ୍ଜନ

ଶ୍ରୀ ରାମଭୂମିରେ ଅଶୋକ ସିଙ୍ଘଲ ଭୂମିକାରେ ନଜର ଆସିବେ ଅନୁପମ ଖେର, ଆସିଲା ଫାଷ୍ଟ ଲୁକ୍

ଅପକମିଂ ଫିଲ୍ମ ଶ୍ରୀ ରାମଭୂମି ପାଇଁ ଅନୁପମ ଖେରଙ୍କ ଫାଷ୍ଟ ଲୁକ୍ ନଜର ଆସିଛି । ଏଥିରେ ଅନୁପମ ଖେର ଅଶୋକ ସିଙ୍ଘଲଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମ ସେଟରୁ କିଛି ଫଟୋ ଆସିବା ପରେ ଫ୍ୟାନ୍ସ ଉତ୍ସାହିତ ହୋଇଯାଇଥିଲେ । ଏହାପରେ ଅଭିନେତା ଜଣକ ସୋସିଆଲ ମିଡିଆରେ କେଉଁ ରୋଲରେ ନଜର ଆସିବେ, ତାହା ଜଣାଇଛନ୍ତି ।

ଅନୁପମ ଖେର ଫିଲ୍ମ ଶ୍ରୀ ରାମଭୂମିରେ ଅଶୋକ ସିଙ୍ଘଲ ଭୂମିକାରେ ନଜର ଆସିବେ । ସେ କିଛି ଖାସ୍ କଥା ସେୟାର କରି ଭୂମିକା ପାଇଁ ବଡ଼ ଦାୟିତ୍ବ ବୋଲି କହିଛନ୍ତି । ଶ୍ରୀରାମ ଜନ୍ମଭୂମି ପାଇଁ ଅଶୋକ ସିଙ୍ଘଲଙ୍କ ଯୋଗଦାନ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛି । ନିଜ ପୋଷ୍ଟରେ ଅନୁପମ ଲେଖିଛନ୍ତି,

ଫିଲ୍ମର ସୁଟିଂ ଏବେ ଅଯୋଧ୍ୟାରେ ଚାଲିଛି । ସୁଟିଂ କରିବା ପୂର୍ବରୁ ରାମ ମନ୍ଦିର ଏବଂ ହନୁମାନ ମନ୍ଦିରର ଆଶୀର୍ବାଦ ନେଇଥିଲେ ଅନୁପମ ଖେର । ନିଜର ବିଚାର ସେୟାର କରି ଅଭିନେତା କହିଛନ୍ତି, ଆମର ନୂଆ ଫିଲ୍ମର ସୁଟିଂ ଅଯୋଧ୍ୟାରେ ହେଉଛି । ରାମ ଲଲା ଏବଂ ଭଗବାନ ହନୁମାନଙ୍କ ଆଶୀର୍ବାଦ ବିନା କୌଣସି କାମ ଆରମ୍ଭ ହୋଇପାରିବ କି ? ତେଣୁ ତାଙ୍କ ଆଶୀର୍ବାଦ ନେଇ ସମସ୍ତଙ୍କ ସ୍ବାସ୍ଥ୍ୟ, ଶାନ୍ତି ଏବଂ ଖଉସି ପାଇଁ ପ୍ରାର୍ଥନା କରିବାକୁ ଆସିଛି ।

Leave a Reply

Your email address will not be published. Required fields are marked *

Back to top button