ଭାଇରାଲ ଭିଡିଓର ଭୟଙ୍କର ସତ, ଯୁବକଙ୍କୁ ବନ୍ଦ ଘରେ ୩ ଦିନ ଧରି ମାଡ଼

ଗଞ୍ଜେଇ ଚୋରା ଚାଲାଣରେ ଗାଡ଼ି ଚଳାଇବାକୁ ମନା କରିବାରୁ ନିର୍ଘାତ ମାଡ଼ । ବ୍ରହ୍ମପୁର ଭାଇରାଲ ଭିଡିଓରେ ମୁହଁ ଖୋଲିଛନ୍ତି ପୀଡିତ ଯୁବକ ପ୍ରଶାନ୍ତଙ୍କ ପରିବାର ଲୋକ । କହିଛନ୍ତି, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗାଡି ଚଳାଇବାକୁ ବାଧ୍ୟ କରାଯାଉଥିଲା । ଏହାକୁ ବାରଣ କରିବାରୁ ମାଡ଼ ମରାଯାଇଛି । ପ୍ରଶାନ୍ତଙ୍କ ଘର କୃପାସିନ୍ଧୁ ଶାସନ ଜଣାପଡିଛି । ସେ ଭୟରେ ଅନ୍ୟତ୍ର ସ୍ଥାନରେ ରହୁଛନ୍ତି । ନିଜ ଜୀବନ ପ୍ରତି ଭୟ ଥିବା ଦର୍ଶାଇ ବ୍ରହ୍ମପୁର ସଦର ଥାନା, ରାଷ୍ଟପତି, ପ୍ରଧାନମନ୍ତ୍ରୀ, ଜିଲ୍ଲାପାଳ ଗଞ୍ଜାମ, ଏସପିଙ୍କୁଚିଠି ଲେଖିଛନ୍ତି ।
ଭାଇରାଲ ହେଉଥିବା ଭିଡିଓଟି ବ୍ରହ୍ମପୁର ସଦର ଥାନା ଅଞ୍ଚଳର ମାସକ ପୂର୍ବର ବୋଲି ଜଣା ପଡିଛି । ଯେଉଁଥିରେ ଦେଖିବାକୁ ମିଳିଛି ବନ୍ଦ ଘରେ ପ୍ରଶାନ୍ତଙ୍କୁ କିଛି ଯୁବକ ପ୍ଲାଷ୍ଟିକ ପାଇପରେ ମାଡ଼ ମାରୁଛନ୍ତି । ପ୍ରଶାନ୍ତଙ୍କୁ ଗୋଟିଏ କୋଠରୀ ମଧ୍ୟରେ ତିନି ଦିନ ଅଟକ ରଖି ଅମାନୁଷିକ ଦଣ୍ଡ ଦେଉଛନ୍ତି କିଛି ଯୁବକ । ଯେତେ କାକୁତି ମିନତୀ ହେଲେ ମଧ୍ୟ ଦୁର୍ବୃତ୍ତ ମାନେ ପାଣି ପିଆଇ ମାଡ଼ ମାରିଚାଲିଛନ୍ତି । ସେପଟେ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।




