ଅପରାଧ

ନାବାଳିକା ଗଣ ଦୁଷ୍କର୍ମ ମାମଲା, ୬ଜଣଙ୍କୁ ଅଟକ ରଖି ପୋଲିସର ତନାଘନା

ସୁନ୍ଦରଗଡ଼ରୁ ଆଶିଛି ଏକ ବଡ଼ ଖବର । ନାବାଳିକାକୁ ଗଣ ଦୁଷ୍କର୍ମ ମାମଲା । ୬ଜଣଙ୍କୁ ଅଟକ ରଖି ପୋଲିସର ତନାଘନା ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ବନଡେଗା ଫାଣ୍ଡି ଅଞ୍ଚଳରେ ଘଟିଛି ଏପରି ଲଜ୍ଜାଜନକ କାଣ୍ଡ, ଯାହାକୁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଛତିଶଗଡ଼ର ତପକେରା ଥାନା ଅଞ୍ଚଳର ଜଣେ ନାବାଳିକା ନିଜ ମାମୁ ଘରକୁ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ପରିସ୍ରା କରିବା ପାଇଁ ଘର ବାହାରକୁ ଯାଇଥିବା ସମୟରେ କିଛି ଯୁବକ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଘଟଣା ପରେ ପୀଡ଼ିତାଙ୍କ ପରିବାର ତଲସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ୬ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି ।

Leave a Reply

Your email address will not be published. Required fields are marked *

Back to top button