ତୁମ ଅନ୍ତ ନ ଦେଖିବା ଯାଏଁ ଜୀବିତ ରହିବି, ବିଜେପିକୁ ଟାର୍ଗେଟ କରି କହିଲେ ଟିଏମସି ମୁଖ୍ୟ ମମତା ବାନାର୍ଜୀ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ପ୍ରମୁଖ ମମତା ବାନାର୍ଜୀ ବିଜେପିକୁ ପୁଣିଥରେ ଟାର୍ଗେଟ କରିଛନ୍ତି । ବିଜେପିର ଅନ୍ତ ଦେଖିବା ଯାଏଁ ଜୀବିତ ରହିବେ ବୋଲି କହିଛନ୍ତି । ବିଧାନସଭା ନିର୍ବାଚନ ୨୦୨୬ ବେଳେ ବିଜେପି କର୍ମୀ ତାଙ୍କ ଉପରେ କରିଥିବା ଟିପ୍ପଣୀକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି ।
ମମତା କହିଛନ୍ତି, କୌଣସି ବୟସକୁ ନେଇ ଅପମାନିତ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ । ନିର୍ବାଚନ ପରିଣାମ ପରେ ବିଜେପିର କିଛି କର୍ମକର୍ତ୍ତା ମୋର ମୃତ୍ୟୁ ଜଲଦି ହେଉଯାଉ, ମୋତେ ହାର୍ଟ ଆଟାକ ହୋଇଯାଉ ବୋଲି କାମନା କରିଥିଲେ । କିନ୍ତୁ ମୁଁ ସେମାନଙ୍କୁ ଜଣାଇଦେବାକୁ ଚାହୁଁଚି କି, ଯେଉଁ ପର୍ଯ୍ୟନ୍ତ ତୁମର ଅନ୍ତ ନ ଦେଖିଛି, ସେଯାଏଁ ମୁଁ ବଞ୍ଚିଛି । ମୁଁ ସାଧାରଣ ଲୋକ ଏବଂ ଶ୍ରମିକଙ୍କ ପାଇଁ ଲଢିବି । ମୋ ପାଖରେ ବହୁତ କାର୍ଯ୍ୟକର୍ତ୍ତା ରହିଛନ୍ତି । ଅନେକ ନୂଆ ଲୋକ ମୋ ସହିତ ଜଡିତ ହେବେ ।
ସୂଚନାଯୋଗ୍ୟ, ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରିଣାମ ଟିଏମସି ପାଇଁ ବଡ଼ ଝଟକା ପ୍ରମାଣିତ ହୋଇଥିଲା । ୧୫ ବର୍ଷ ଧରି ଶାସନ କରୁଥିବା ପାର୍ଟି ପ୍ରଥମ ଥର ପରାଜୟ ହୋଇଥିଲା । ଏହି ନିର୍ବାଚନରେ ଟିଏମସି ମାତ୍ର ୮୦ ସିଟରେ ସୀମିତ ରହିଥିଲା । ବିଜେପି ୨୦୮ ସିଟ୍ ଜିତି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିଥିଲା । ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ପାରମ୍ପରିକ ଭବାନୀପୁର ସିଟରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ୧୫,୦୦୦ ଭୋଟରେ ହାରିଯାଇଥିଲେ । ଆଉ ଏହାପରେ ଶୁଭେନ୍ଦୁ ଅଧିକାରୀ ବର୍ତ୍ତମାନର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଛନ୍ତି ।




