ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି, ତଳିଆ ଅଞ୍ଚଳରେ ପାଣି, ବୋହିଗଲା ୨୦୦ରୁ ଅଧିକ ଗାଡ଼ି

ଜମ୍ମୁ କଶ୍ମୀର ରାଜୌରୀରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଦେଇଛି । ଗତ ୨୪ ଘଣ୍ଟା ଧରି ଚାଲିଥିବା ଲଗାତାର ବର୍ଷାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ପାଣି ଭରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆବଶ୍ୟକୀୟ କାମ ନଥିଲେ ବାହାରକୁ ନଯିବାକୁ ଜିଲ୍ଲା ପ୍ରଶାସନ ଲୋକଙ୍କୁ ଅପିଲ୍ କରିଛି । ପାଣିପାଗ ଖରାପ ଥିବାରୁ ଶ୍ରୀ ଅମରନାଥ ଯାତ୍ରା ଏବଂ ଶ୍ରୀ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି ।
ଖବର ମୁତାବକ, ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଲୋକଙ୍କୁ ନଦୀ, ନାଳ ଏବଂ ବନ୍ୟା ଆଶଙ୍କା ଥିବା ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ନଦୀ କୂଳରେ ରହୁଥିବା ଲୋକଙ୍କୁ ସତର୍କ କରାଯାଇଛି । ରାଜୌରୀ, ଅନନ୍ତନାଗ, ଉଧମପୁର ସମତେ ଅନେକ ଜିଲ୍ଲାରେ ପ୍ରବଳବର୍ଷା ଯୋଗୁଁ ସ୍ଥିତି ଗମ୍ଭୀର ରହିଛି । ପାଣିପାଗ ବିଭାଗ ଆଗାମୀ ୪୮ ଘଣ୍ଟା ପାଇଁ ଘାଟି ଏବଂ ଜମ୍ମୁ ସଂଯୋଗ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ଜାରି ରହିଛି ।
ରାଜୌରୀରେ ଧରହଲ ନଦୀ ଜଳସ୍ତର ବଢିବା ଯୋଗୁଁ ୨୦୦ରୁ ୨୫୦ରୁ ଅଧିକ ଗାଡ଼ି ପାଣିରେ ଭାସିଯାଇଛି । ଯାହାର ଭିଡିଓ ଭାଇରଲ ହବାରେ ଲାଗିଛି । ଏହାଦ୍ବାରା ସ୍ଥାନୀୟ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡିଛି ।
କଶ୍ମୀର ପ୍ରଶାସନ ଲୋକଙ୍କୁ ଅନାବଶ୍ୟକୀୟ ଯାତ୍ରା କରିବାକୁ ମନା କରିଛି । ଲୋକଙ୍କୁ ନଦୀ, ନାଳ ଏବଂ ବନ୍ୟା ଆଶଙ୍କା ଥିବା ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗ ୧୯ରୁ ୨୩ ଜୁଲାଇ ଯାଏଁ ପ୍ରବଳ ବର୍ଷା ଆକଳନ କରିଛି । ବିଶେଷ ଭାବେ ଜମ୍ମୁ, କଠୁଆ, ସାମ୍ବା, ରାଜୌରୀ, ଡୋଡା, ରାମବନ ଏବଂ କିସ୍ତୱାଡ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି ।




