ରାଜ୍ୟ

ବର୍ଷାରେ ଉବୁଟୁବୁ ହେଉଛି ଅନୁଗୁଳ ସହର, ରାସ୍ତା ଉପରେ ମାରୁଛି ଲହଡ଼ି

ସାମାନ୍ୟ ବର୍ଷାରେ ଉବୁଟୁବୁ ହେଉଛି ଅନୁଗୁଳ ସହର । ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ଜଳ । ନିଷ୍କାସନ ହୋଇନପାରି ସିଧା ଲୋକଙ୍କ ଘରେ ପଶୁଛି ପାଣି । ବର୍ଷା ହେଲେ ଅନୁଗୋଳରେ କୃତ୍ରିମ ବନ୍ୟା ସ୍ଥିତି ଉପୁଜୁଛି । ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ପାଇଁ ଏଭଳି ସ୍ଥିତି ଉପୁଜୁଥିବା ସହରବାସୀ ଅଭିଯୋଗ କରିଛନ୍ତି । ପୌରପାଳିକାର ୯ ଓ ୧୦ ନମ୍ବର ୱାର୍ଡରେ ସ୍ଥିତି ସବୁଠୁ ସାଙ୍ଘାତିକ ହୋଇଛି । ପାଣି ଘେରରେ ରହି ଶହ ଶହ ପରିବାର ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନୁଗୋଳ ସହରର ଏହି ଦୁର୍ଦ୍ଦଶା ପାଇଁ କିଛି ଜମି ମାଲିକ ଓ ଅସାଧୁ ପ୍ଲଟିଂ ବ୍ୟବସାୟୀଙ୍କୁ ଦାୟୀ କରିଛନ୍ତି ଲୋକେ ।

ପୂର୍ବରୁ ହଳଦିଆକଟାରୁ କଲ୍ୟାଣୀ ନର୍ସିଂହୋମ୍, ସନ୍ଧ୍ୟା ହୋଟେଲ ଦେଇ ଲିଙ୍ଗରା ନାଳ ପର୍ଯ୍ୟନ୍ତ ଥିବା ମୁଖ୍ୟ ‘ଜଳ ମାହାର’କୁ ସେମାନେ ବେଆଇନ୍ ଭାବେ ପୋତି ଦେଇଛନ୍ତି । ପ୍ଲଟିଂ ବେପାର ପାଇଁ ବିନା ଅନୁମତିରେ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ବେଆଇନ୍ ଭାବେ ଜଳ ନିଷ୍କାସନ ପଥ ଅବରୋଧ କରିଥିବା ୪୭ ଜଣଙ୍କୁ ନୋଟିସ୍ କରାଯାଇଛି । ସେମାନେ ନିଜ ଆଡୁ ଏହାକୁ ମୁକ୍ତ ନକଲେ ଆମେ ବେଆଇନ୍ ନିର୍ମାଣ ଭାଙ୍ଗିବୁ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ ।

Leave a Reply

Your email address will not be published. Required fields are marked *

Back to top button