ଅପରାଧ

ରାସ୍ତା ଉପରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ ଦୁର୍ବୃତ୍ତ, ପୂର୍ବ ଶତ୍ରୁତା ସନ୍ଦେହ

ରାସ୍ତା ଉପରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳର ୯ ନମ୍ବର ୱାର୍ଡ ପାତ୍ରସାହିରେ ଗତ ରାତିରେ ଏହି ଆକ୍ରମଣ ଘଟଣା ଘଟିଛି । ଆହତ ଯୁବକ ହେଲେ ଯୋଡ଼ା ଥାନା ଅନ୍ତର୍ଗତ ହୁଡ଼ିସାହି ନିକଟ ଭୋଲାସାହିର ୩୬ ବର୍ଷୀୟ ବିଷ୍ଣୁ ନାଗ । ସେ ରକ୍ତାକ୍ତ ଅବସ୍ଥାରେ ରାସ୍ତା ପାଖରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଯୋଡ଼ା ସ୍ଥିତ ଟାଟା ମେନ୍ ହସ୍ପିଟାଲକୁ ନେଇଥିଲେ । ତାଙ୍କ ପିଠି, ଛାତି, କାନ୍ଧ, ଗୋଡ଼, ହାତ ଆଦି ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବା ଜଣାପଡ଼ିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଏପର୍ଯ୍ୟନ୍ତ ଆକ୍ରମଣ ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ତେବେ ପୂର୍ବ ଶତ୍ରୁତା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ଯୋଡ଼ା ପୋଲିସ ତଦନ୍ତ ଆରମ୍ଭ କରିଥିବା ସହ ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ତନାଘନା ଚାଲାଇଛି ।

Leave a Reply

Your email address will not be published. Required fields are marked *

Back to top button