ସ୍ୱାସ୍ଥ୍ୟ

ପିଲାଙ୍କ ଉଚ୍ଚତା ବଢିବା ପାଇଁ ଆପଣାନ୍ତୁ ଏହି ଉପାୟ, ଦେବ ଜବରଦସ୍ତ ଫାଇଦା

ପିଲାଙ୍କ ଉଚ୍ଚତା ବଢ଼ିବା ଏକ ପ୍ରାକୃତିକ ପ୍ରକ୍ରିୟା । ଏଥିରେ ଜେନେଟିକ୍ସ ବା ବଂଶାନୁକ୍ରମର ବଡ଼ ଭୂମିକା ଥାଏ । ତଥାପି ଠିକ୍ ଖାଦ୍ୟ, ନିୟମିତ ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ଦ୍ୱାରା ପିଲାଙ୍କ ଶାରୀରିକ ବିକାଶକୁ ଭଲ ଭାବରେ ସହଯୋଗ କରାଯାଇପାରେ । ଅଧିକାଂଶ ଅଭିଭାବକ ନିଜ ପିଲାଙ୍କ ଉଚ୍ଚତା ଓ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିଥାନ୍ତି । ସେଥିପାଇଁ ଅନେକ ଲୋକ କ୍ଷୀରରେ ବିଭିନ୍ନ ପ୍ରକାରର ହେଲ୍ଥ ଡ୍ରିଙ୍କ ମିଶାଇ ପିଲାଙ୍କୁ ଦେଇଥାନ୍ତି । କିନ୍ତୁ ଏହାଦ୍ୱାରା ପ୍ରକୃତରେ ଉଚ୍ଚତା ବଢ଼େ କି?

ବିଶେଷଜ୍ଞଙ୍କ କହିବା ଅନୁସାରେ, ଦାମୀ ସପ୍ଲିମେଣ୍ଟ ଅପେକ୍ଷା ଘରୋଇ ପୌଷ୍ଟିକ ଖାଦ୍ୟ ପିଲାଙ୍କ ବୃଦ୍ଧି ପାଇଁ ଅଧିକ ଉପକାରୀ । ସ୍ୱାସ୍ଥ୍ୟ ବିଷେଶଜ୍ଞଙ୍କ କହିବା ଅନୁସାରେ, ପିଲାଙ୍କ ସୁସ୍ଥ ବିକାଶ ଓ ଉଚ୍ଚତା ବଢ଼ିବା ପାଇଁ ଶରୀରକୁ କ୍ୟାଲସିୟମ, ଜିଙ୍କ୍ ଓ ଭିଟାମିନ୍-ଡି ପରି ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥାଏ । ଏହି ପୋଷକ ତତ୍ତ୍ୱ ଘରୋଇ ଖାଦ୍ୟରୁ ସହଜରେ ମିଳିପାରେ । ତେବେ ଆସନ୍ତୁ ଜାଣିବା କେଉଁ ଘରୋଇ ଉପଚାରରେ ପିଲାଙ୍କ ହାଇଟ୍ ବଢ଼ିବ।

ମାଣ୍ଡିଆ: ମାଣ୍ଡିଆ ଏକ ପୌଷ୍ଟିକ ଶସ୍ୟ । ଏଥିରେ କ୍ଷୀରଠାରୁ ମଧ୍ୟ ଅଧିକ କ୍ୟାଲସିୟମ ଥାଏ । ଏହା ପିଲାଙ୍କ ହାଡ଼କୁ ମଜବୁତ କରିବା ସହ ଉଚ୍ଚତା ବୃଦ୍ଧିରେ ସହାୟକ ହୋଇଥାଏ । ରାଗିରୁ ପୋରିଜ୍, ଦୋସା, ରୁଟି କିମ୍ବା ଲଡୁ ପ୍ରସ୍ତୁତ କରି ପିଲାଙ୍କୁ ଖୁଆଇପାରିବେ । ଏଥିରେ ଅଧିକ ମାତ୍ରାରେ କ୍ୟାଲସିୟମ ଥିବା କାରଣରୁ ପିଲାଙ୍କ ଉଚ୍ଚତା ଶୀଘ୍ର ବଢ଼ିଥାଏ ।

ରାଶି: ଧଳା କିମ୍ବା କଳା ରାଶିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ଜିଙ୍କ୍ ରହିଥାଏ । ଜିଙ୍କ୍ ପିଲାଙ୍କ ଶରୀରରେ ଗ୍ରୋଥ୍ ହରମୋନକୁ ସକ୍ରିୟ କରିବାରେ ସହାୟକ ହୋଇଥାଏ । ରାଶିକୁ ହାଲୁକା ଭାବେ ଭାଜି ଅଟାରେ ମିଶାଇ ରୁଟି କିମ୍ବା ପରଟାରେ ଦେଇ ଖୁଆଇପାରିବେ। ଏହାଛଡ଼ା ଦିନକୁ ଏକ ଚାମଚ ତିଳ ମଧ୍ୟ ଖୁଆଇପାରିବେ, ଯାହା ଉଚ୍ଚତା ବଢ଼ିବ ।

ମଖାନା: ମଖାନାରେ କ୍ୟାଲସିୟମ, ପ୍ରୋଟିନ୍ ଓ ମ୍ୟାଗ୍ନେସିୟମ୍ ଭରପୂର ଥାଏ । ଏହା ପିଲାଙ୍କ ହାଡ଼କୁ ମଜବୁତ କରିବା ସହ ଶରୀରର ସାମଗ୍ରିକ ବିକାଶରେ ସାହାଯ୍ୟ କରେ । ମଖାନାକୁ ହାଲୁକା ଭାବେ ଭାଜି ସ୍ନାକ୍ସ ଭାବେ କିମ୍ବା କ୍ଷୀର ସହ ପିଲାଙ୍କୁ ଦେଇପାରିବେ ।

ଦେଶୀ ଘିଅ: ଶୁଦ୍ଧ ଦେଶୀ ଘିଅରେ ଏପରି ସ୍ୱାସ୍ଥ୍ୟକର ଚର୍ବି ରହିଥାଏ, ଯାହା ଶରୀରକୁ ଭିଟାମିନ୍-ଡି ଓ କ୍ୟାଲସିୟମକୁ ଭଲଭାବେ ଶୋଷଣ କରିବାରେ ସହାୟତା କରେ । ଯଦି ଶରୀରରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟକର ଚର୍ବି ନ ଥାଏ, ତେବେ କ୍ୟାଲସିୟମ ଠିକ୍ ଭାବରେ ହାଡ଼ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ । ପିଲାଙ୍କୁ ଦେଶୀ ଘିଅ ଖୁଆଇବାର ସହଜ ଉପାୟ ହେଉଛି ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ ଏକ ଚାମଚ ଶୁଦ୍ଧ ଦେଶୀ ଘିଅ ମିଶାଇ ପିଇବାକୁ ଦେବା । ଏହା ଶରୀରକୁ ଆବଶ୍ୟକ ପୋଷକତତ୍ତ୍ୱ ଶୋଷଣରେ ସହାୟକ ହୋଇପାରେ । ତେଣୁ ଯଦି ଆପଣ ପିଲାଙ୍କ ଉଚ୍ଚତାକୁ ନେଇ ଟେନସନରେ ରହୁଛନ୍ତି, ତେବେ ଏହି ଘରୋଇ ଉପଚାରକୁ ଆପଣାନ୍ତୁ ।

Leave a Reply

Your email address will not be published. Required fields are marked *

Back to top button