ଜଟଣୀରୁ ନିର୍ବାଚନ ଲଢ଼ିବେ ମନ୍ମଥ – ସୁର ରାଉତ – Sahana Mela

[ad_1]
ବନେଶ୍ୱର : ଜଟଣୀ ନିର୍ବାଚନ ମଣ୍ଡଳିରୁ ବିଧାୟକ ପ୍ରାର୍ଥିହେବେ ମନ୍ମଥ ରାଉତରାୟ I ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଏନେଇ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି I ସେ କହିଛନ୍ତି ଏଥର ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହେବ । ଆପଣମାନଙ୍କ ସେବା କରିବା ପାଇଁ ମୋ’ ସାନ ପୁଅ ଚାକିରି ଛାଡ଼ି ଆଜି ଭୁବନେଶ୍ୱର ଫେରିଛି। ଯେଉଁମାନେ ମୋତେ ଏବଂ ମୋ’ ପୁଅ ମନ୍ମଥକୁ ଭଲ ପାଉଛନ୍ତି, ସେମାନେ ୨୦୨୪ ନିର୍ବାଚନରେ ଭୋଟ୍ ଦେଇ ନିର୍ବାଚିତ କରିବେ । ଚାକିରୀ ଛାଡି ଓଡିଶା ଫେରୁଥିବା ମନ୍ମଥ ରାଉତରାୟଙ୍କୁ ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରରେ ଜୋରଦାର ସ୍ୱାଗତ କରାଯାଇଛି । ପାରମ୍ପରିକ ବାଜା ସହ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁକ ସ୍ୱାଗତ କରିଛନ୍ତି ।
ଏହି ଅବସରରେ ବିଧାୟକ ସୁରେଶ ରାଉତ ରାୟ କହିଛନ୍ତି ୨୦୨୪ ନିର୍ବାଚନରେ ଜଟଣି ବିଧାୟକ ପ୍ରାର୍ଥୀ ଭାବେ ପୁଅ ମନ୍ମଥ ରାଉତରାୟ ନିର୍ବାଚନ ଲଢିବେ । କିନ୍ତୁ କେଉଁ ଦଳର ମନ୍ମଥ ଲଢିବେ ତାହା ସ୍ପଷ୍ଟ କରି ନାହାନ୍ତି । ଏହା ପରେ ମନ୍ମଥ ରାଉତରାଉୟଙ୍କୁ ବିଶାଳ ଶୋଭାଯାତ୍ରା କରି ଜଟଣୀକୁ ପାଛୋଟି ନିଆଯାଇଛି ।
[ad_2]