ହରିଦ୍ବାର ଯିବା ବାଟରେ ଜଗିଥିଲା ଯମ, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଉତ୍ତରପ୍ରଦେଶ ଗାଜିଆବାଦ ଜିଲ୍ଲାର ନିବାଡ଼ି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ଲୋକ ଆହତ ହୋଇଛନ୍ତି । ବୋଲେରୋ ଟକ୍ରକ୍ ଧକ୍କା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମଙ୍ଗଳବାର ରାତି ପ୍ରାୟ ୧୨ ଟା ୩୦ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ସୂଚନାନୁଯାୟୀ, ବୋଲେରୋ ଗାଡ଼ି ନୂଆ କିଣାଯାଇଥିଲା । ଖୁସିରେ ନୂଆ ଗାଡ଼ିରେ ଲୋକେ ତୀର୍ଥଯାତ୍ରା ଏବଂ ଗଙ୍ଗା ସ୍ନାନ ପାଇଁ ହରିଦ୍ବାର ଯାଉଥିଲେ । ସେହି ସମୟରେ ଟ୍ରକ୍ ସହିତ ବୋଲେରୋର ଧକ୍କା ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ ।
ଅନ୍ୟପଟେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲା । ଏଥିସହ ପୋଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭର ଏବଂ କଣ୍ଡକ୍ଟରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏଥିସହ ଘଟଣାର କାରଣ ଜାଣିବାକୁ ମଧ୍ୟ ପୋଲିସ ତଦନ୍ତ ଆରମ୍ଭ କରିଛି ।



