ବିଦ୍ୟୁତ୍ ଖୁଣ୍ଟ ପଡ଼ି ନାବାଳକ ମୃତ

ଗୁଜୁରାଟର ଖେଡ଼ା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ୧୧ ବର୍ଷୀୟ ପିଲା ଉପରେ ଇଲେକ୍ଟ୍ରି ଖୁଣ୍ଟ ପଡ଼ି ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି ।
ସୂଚନାନୁଯାୟୀ, ଖେଡା ଜିଲ୍ଲାର ମହେମଦାବାଦ ତହସିଲର ଆମସାରନ ଗାଁର ଏକ ୧୧ ବର୍ଷୀୟ ପିଲା କୃଷ୍ଣ ଅଜୟ କୁମାର ଯାଦବ ସବୁଦିନ ପରି ସକାଳ ୧୦ଟାରେ ସ୍କୁଲ ବାହାରିଥିଲା । ସେ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିଲା । କିନ୍ତୁ ସେହି ସମୟରେ ଗାଁରେ ବିଦ୍ୟୁତ୍ ତାର ପାଖରେ ଥିବା ଏକ ଗଛର ଡାଳ କଟାଯାଉଥିଲା । ହଠାତ୍ କୃଷ୍ଣ ଉପରେ ବିଦ୍ୟୁତ୍ ଖୁଣ୍ଟ ପଡିଯାଇଥିଲା । ଫଳରେ ଖୁଣ୍ଟ ତଳେ ଚାପି ହୋଇ ପିଲାଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ହେପାଜତକୁ ନେଇଥିଲା ଏବଂ ମହେମଦାବାଦ ସରକାରୀ ଡାକ୍ତରଖାନାରେ ପୋଷ୍ଟମର୍ଟମ କରାଯାଇଥିଲା । ଏଥିସହ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।




