ମନୋରଞ୍ଜନ

Salman Khan: ଜାଣନ୍ତୁ କେତେ କୋଟିରେ ବିକ୍ରି ହେଲା ସଲମାନଙ୍କ ଆପାର୍ଟମେଣ୍ଟ

ବଲିଉଡର ଭାଇଜାନ୍ ସଲମାନ ଖାନ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଏଥର ସେ କୌଣସି ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କର ସମ୍ପତ୍ତିକୁ ନେଇ ଶିରୋନାମାରେ ରହିଛନ୍ତି । ସଲମାନ ଖାନ ତାଙ୍କର ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟକୁ କୋଟି କୋଟି ଟଙ୍କାରେ ବିକ୍ରି କରିଥିବା ଜଣାପଡିଛି । ଏହା ସହିତ ସେ ଏକ ନୂଆ ବିଳାସପୂର୍ଣ୍ଣ ବାସସ୍ଥାନ ନିର୍ମାଣ କରୁଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ସଲମାନ ଖାନ ବାନ୍ଦ୍ରା ଆପାର୍ଟମେଣ୍ଟକୁ ପ୍ରାୟ ୩.୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଯାହାକୁ ସେ ୨୦୧୫ ମସିହାରେ ୨.୮୮ କୋଟି ଟଙ୍କାରେ କିଣିଥିଲେ । ସଲମାନ ୧୩ ଜୁଲାଇରେ ତାଙ୍କ ଆପାର୍ଟମେଣ୍ଟକୁ ବିକ୍ରି କରିଥିଲେ ଏବଂ ଏହି ଡିଲ୍ ୯ ଜୁଲାଇ, ୨୦୨୬ ମସିହାରେ ପଞ୍ଜିକୃତ ହୋଇଥିଲା ।

ରିପୋର୍ଟ ଅନୁଯାୟୀ, ଏହି କାରବାର ପାଇଁ ୨.୧ ନିୟୁତ ଷ୍ଟାମ୍ପ ଡ୍ୟୁଟି ଦିଆଯାଇଥିଲା ଏବଂ ୩୦,୦୦୦ ପଞ୍ଜିକରଣ ଶୁଳ୍କ ଦିଆଯାଇଛି । ୭୫୮ ବର୍ଗଫୁଟର ଆପାର୍ଟମେଣ୍ଟରେ ଦୁଇଟି କାର ରଖିବା ପାଇଁ ପାର୍କିଂ ବ୍ୟବସ୍ଥା ସାମିଲ ରହିଛି । ଯାହା ଏହି ଡିଲ୍ର ଏକ ଅଂଶ । ରିପୋର୍ଟ ଅନୁଯାୟୀ ସମ୍ପତ୍ତିଟି ଜୁଲାଇ ୨୩ ତାରିଖରେ କ୍ରେତାଙ୍କ ନାମରେ ଟ୍ରାନ୍ସଫର କରାଯାଇଥିଲା ।

ସଲମାନ ଖାନ୍ ଗୋଟିଏ ବର୍ଷରେ ଦ୍ବିତୀୟ ଡିଲ୍ ଫାଇନାଲ କରିଛନ୍ତି । ସେ ୧୩୧୮ ସ୍କ୍ବେୟାର ଫିଟ୍ର ଆପାର୍ଟମେଣ୍ଟ ବିକ୍ରି କରିଥିଲେ । ଯାହା ପଶ୍ଚିମ ବାଦ୍ରାରେ ଅବସ୍ଥିତ ଥିଲା । ଏହି ଡିଲ୍ ୨୦୨୫ ମସିହାରେ ଫାଇନାଲ ହୋଇଥିଲା । ଏହି ଫ୍ଲାଟକୁ ୫.୩୫ କୋଟି ଟଙ୍କାରେ ଫାଇନାଲ ହୋଇଥିଲା ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ସଲମାନ ଖାନ ସମ୍ପ୍ରତି ଏକ ଆବାସିକ ଟାୱାର ନିର୍ମାଣ ପାଇଁ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟିଙ୍କଠାରୁ ଅନୁମତି ପାଇ ଶିରୋନାମାରେ ସ୍ଥାନ ପାଇଥିଲେ। ଗାଲାକ୍ସି ଆପାର୍ଟମେଣ୍ଟରୁ ୧୦୦ ମିଟର ଦୂରରେ ଅବସ୍ଥିତ । ଏହା ଏକ ସମୁଦ୍ର ମୁଖୀ ବାସସ୍ଥାନ । ସଲମାନ ଖାନ ୧୯୭୪ ମସିହାରୁ ଗାଲାକ୍ସିରେ ରହୁଛନ୍ତି ।

ଯଦି ତାଙ୍କ କ୍ୟାରିଅର କଥା କୁହାଯାଏ ତେବେ ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ “ମଦରଲ୍ୟାଣ୍ଡ” ପାଇଁ ବହୁତ ଦିନ ଧରି ଖବରରେ ଅଛନ୍ତି, ଯାହାର ମୂଳ ନାମ “ବ୍ୟାଟଲ୍ ଅଫ୍ ଗାଲୱାନ୍” ଥିଲା କିନ୍ତୁ ପରେ ଏହାକୁ ନାମକରଣ କରାଯାଇଥିଲା । କିନ୍ତୁ ଚୀନ୍ ସହିତ ସମ୍ପର୍କରେ ଉନ୍ନତି ଯୋଗୁଁ, ବିଷୟବସ୍ତୁ ପରିବର୍ତ୍ତନ କରାଯାଇଥିଲା । ଯାହା ଫଳରେ ଏହାର ମୁକ୍ତି ତାରିଖ ସ୍ଥଗିତ ରଖାଯାଇଛି ।

Leave a Reply

Your email address will not be published. Required fields are marked *

Back to top button