ରାଜ୍ୟ

Salandi river: ପୁଣି ସାଳନ୍ଦୀ ନଦୀରେ ବଢ଼ିଲା ଜଳସ୍ତର, ଚିନ୍ତାରେ ଚାଷୀ

ପୁଣି ସାଳନ୍ଦୀ ନଦୀରେ ବଢ଼ିଲା ଜଳସ୍ତର । ସାଳନ୍ଦୀ ନଦୀର ବଡ଼ ବନ୍ୟା ଚାଷୀଙ୍କ ଜୀବିକାକୁ ଛଡେଇ ନେଇଥିଲା ବେଳେ ପୁଣି ସାଳନ୍ଦୀ ନଦୀର ଜଳସ୍ତର ବଢ଼ିଲା । ଚିନ୍ତାରେ ସାଳନ୍ଦୀ ନଦୀ କୂଳିଆ ଲୋକ । ଭଦ୍ରକ ଜିଲ୍ଲାରେ ବନ୍ୟାରେ ପ୍ରକୋପ ଏବେବି ରହିଛି । ସାଳନ୍ଦୀ ନଦୀ ତଟବର୍ତ୍ତୀ ଅଂଚଳର ଥିବା ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ସାଳନ୍ଦୀ ନଦୀର ବଡ଼ ବନ୍ୟା ଚାଷୀଙ୍କ ଜୀବିକାକୁ ଛଡେଇ ନେଇଥିଲା ବେଳେ ପୁଣି ସାଳନ୍ଦୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ପ୍ରଥମ ବନ୍ୟାରେ ଭଦ୍ରକ ବ୍ଲକର ଅର୍ଣ୍ଣପାଳ. ବିଷ୍ଣୁପୁର ବିନ୍ଧା ତିହିଡି ବ୍ଲକର ତଳ ଗୋପବିନ୍ଧା. ବାରୋ. ବିଲଣା. କାଁପଡା. ମୁକୁନ୍ଦପୁର. ବାର ସର. ଗୋବିନ୍ଦ ପୁର ପଂଚାୟତ ଚାଷୀଙ୍କୁ ହତାଶ କରି ଦେଇଛି । ସାଳନ୍ଦୀର ପ୍ରଥମ ବନ୍ୟାରେ ଚାଷୀଙ୍କ ବୁଣା. ରୁଆ ଧାନ ସହିତ ତଳିକୁ ସମ୍ପୂର୍ଣ୍ଣ ନଷ୍ଟ କରିଥିବା ବେଳେ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଛି । ତେଣୁ ଚାଷୀ ମାନେ କିପରି ଚଳିବେ, ସେହି ଚିନ୍ତାରେ ଅଛନ୍ତି । ଏପରିସ୍ଥଳେ ସରକାରୀ ସହାୟତା ମିଳିନଥିବା କ୍ଷୋଭର ସହ କରିଛନ୍ତି ବିପନ୍ନ ।

ସେହିପରି ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରଭାବରେ ମହାନଦୀ ଅବବାହିକାରେ ଥିବା କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡ ର ଦୁଇ ଗୋଟି ଯାକ ବ୍ଲକ୍ ର ୧୬ ଗୋଟି ଗ୍ରାମ ପଞ୍ଚାୟତ ର ଚାଷୀ ପ୍ରଭାବିତ ହୋଇଛନ୍ତି । ଚଳିତ ବର୍ଷ ବାଙ୍କୀ ରେ ୧୪ ହଜାର ସାତ ଶହ ହେକ୍ଟର ଜମିରେ ଧାନ ଫସଲ କରିଥିଲେ ଚାଷୀ ।୧୫ ଶହ ହେକ୍ଟର ଜମିରେ ପରିବା ଫସଲ କରିଥିଲେ ଚାଷୀ । ଏବେ ପ୍ରାୟ ଶତକଡ଼ା ୮୦ ଭାଗ ପରିବା ଫସଲ ପାଣି ରେ ବୁଡି ନଷ୍ଟ ହୋଇଯାଇଛି। ଧାନ ଫସଲ ଶାଖା ନଦୀ ର ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଭାବେ ବୁଡ଼ି ନଷ୍ଟ ହୋଇଯାଇଛି।

Leave a Reply

Your email address will not be published. Required fields are marked *

Back to top button