ବୁଧ-ଶୁକ୍ରଙ୍କ ଦୁର୍ଲଭ ଯୋଗ : ୧୩ ଅଗଷ୍ଟରୁ ଏହି ୪ଟି ରାଶି ପାଇଁ ଭାଗ୍ୟର ଦ୍ୱାର ଖୋଲିବ

ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ ଏବଂ ବ୍ୟବସାୟର କାରକ ବୋଲି ଧରାଯାଉଥିବାବେଳେ ଶୁକ୍ର ଗ୍ରହକୁ ଧନ, ସୁଖ-ସମୃଦ୍ଧି, ଆକର୍ଷଣ ଏବଂ ପ୍ରେମର କାରକ ବୋଲି ଧରାଯାଇଥାଏ । ଯେତେବେଳେ ଏହି ଦୁଇ ଶୁଭ ଗ୍ରହଙ୍କ ମଧ୍ୟରେ ଅନୁକୂଳ ସ୍ଥିତି ସୃଷ୍ଟି ହୁଏ, ସେତେବେଳେ ଜୀବନରେ ଭୌତିକ ସୁଖ-ସୁବିଧା ଏବଂ ସଫଳତାର ପଥ ପ୍ରଶସ୍ତ ହୁଏ ।
୧୩ ଅଗଷ୍ଟ ୨୦୨୬ରେ ବୁଧ ଏବଂ ଶୁକ୍ର ପରସ୍ପରଠାରୁ ୬୦ ଡିଗ୍ରୀ କୋଣରେ ଅବସ୍ଥିତ ହେବାକୁ ଯାଉଛନ୍ତି । ବୈଦିକ ଜ୍ୟୋତିଷରେ ଗ୍ରହମାନଙ୍କର ଏହି ବିଶେଷ କୋଣକୁ ବୁଧ-ଶୁକ୍ରଙ୍କ ଲାଭ ଦୃଷ୍ଟି ବୋଲି କୁହାଯାଏ । ଏହି ଦୃଷ୍ଟି ଅତ୍ୟନ୍ତ ଶୁଭ । ଯାହା ଧନଲାଭ, ଉନ୍ନତି, ବ୍ୟବସାୟରେ ସଫଳତା ଏବଂ ପ୍ରେମ ସମ୍ପର୍କରେ ସଫଳତା ଆଣିଥାଏ ।
ଆସନ୍ତୁ ଜାଣିବା, ୧୩ ଅଗଷ୍ଟରୁ କେଉଁ ୪ଟି ରାଶି ପାଇଁ ଭାଗ୍ୟର ଦ୍ୱାର ଖୋଲିବ
ବୃଷ ରାଶି:
ଆପଣଙ୍କ ରାଶିର ସ୍ୱାମୀ ଶୁକ୍ର । ଯାହାଙ୍କର ବୁଧଙ୍କ ସହ ଲାଭ ଦୃଷ୍ଟି ସମ୍ପର୍କ ଜୀବନରେ ଉନ୍ନତି ଆଣିବ । ଅଟକିଥିବା ଟଙ୍କା ପାଖକୁ ଆସିପାରେ । ବିନିଯୋଗରୁ ଭଲ ଲାଭ ମିଳିବାର ପୂର୍ଣ୍ଣ ସମ୍ଭାବନା ରହିଛି । ଅଫିସରେ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ । ପଦୋନ୍ନତି କିମ୍ବା ବେତନ ବୃଦ୍ଧିର ଖବର ମିଳିପାରେ । ଘରେ ସୁଖ-ଶାନ୍ତିର ପରିବେଶ ରହିବ ଏବଂ ପରିବାର ସହ ଭଲ ସମୟ କାଟିବେ।
ମିଥୁନ ରାଶି :
ବୁଧ ଆପଣଙ୍କ ରାଶିର ସ୍ୱାମୀ ଏବଂ ଶୁକ୍ରଙ୍କ ସହ ଏହି ଶୁଭ ଦୃଷ୍ଟି ଆପଣଙ୍କ ପାଇଁ ଅନେକ ଲାଭର ଯୋଗ ସୃଷ୍ଟି କରୁଛି । କାର୍ଯ୍ୟକ୍ଷେତ୍ରରେ ଆପଣ ପ୍ରସଂଶିତ ହେବେ । ବ୍ୟବସାୟରେ ଚୁକ୍ତି ସଫଳ ହୋଇପାରେ । ଜୀବନସାଥୀ କିମ୍ବା ପ୍ରେମ ସାଥୀଙ୍କ ସହ ସମ୍ପର୍କ ଅଧିକ ଦୃଢ଼ ହେବ । ଅବିବାହିତମାନଙ୍କୁ ନୂଆ ସାଥୀ ମିଳିପାରେ । ହଠାତ୍ ଧନଲାଭର ଯୋଗ ରହିଛି, ଯାହା ଫଳରେ ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ ।
କନ୍ୟା ରାଶି:
କନ୍ୟା ରାଶିର ସ୍ୱାମୀ ବୁଧ ଗ୍ରହ । ବୁଧ-ଶୁକ୍ରଙ୍କ ଏହି ଯୋଗ ଆପଣଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି, ସେମାନଙ୍କୁ ମନ ପସନ୍ଦ କମ୍ପାନୀରୁ ଅଫର ଲେଟର ମିଳିପାରେ । ଶେୟାର ବଜାର କିମ୍ବା କୌଣସି ପୁରୁଣା ଯୋଜନାରୁ ଧନଲାଭ ହୋଇପାରେ । ପ୍ରେମ ସମ୍ପର୍କକୁ ନେଇ କିଛି ଶୁଭ ଖବର ମିଳିବ ।
ତୁଳା ରାଶି:
ତୁଳା ରାଶିର ଜାତକମାନଙ୍କ ପାଇଁ ବୁଧ ଏବଂ ଶୁକ୍ରଙ୍କ ଏହି ସ୍ଥିତି ଭାଗ୍ୟ ଏବଂ ଲାଭର ଦ୍ୱାର ଖୋଲିଦେବ । ବ୍ୟବସାୟରେ ଅଟକିଥିବା ଟଙ୍କା ଫେରିପାଇବେ ଏବଂ ଆୟର ନୂଆ ଉତ୍ସ ସୃଷ୍ଟି ହେବ । ଦାମ୍ପତ୍ୟ ଜୀବନରେ ଚାଲିଥିବା ଭୁଲ ବୁଝାବୁଝି ଦୂର ହେବ । ପ୍ରେମ ସାଥୀଙ୍କ ସହ ଭ୍ରମଣର ଯୋଗ ରହିଛି ।
ଏହି ଶୁଭ ଯୋଗର ପୂର୍ଣ୍ଣ ଫଳ ପାଇବାର ଉପାୟ:
-ବୁଧବାର ଏବଂ ଶୁକ୍ରବାର ଦିନ ମାଆ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ପୂଜା କରନ୍ତୁ ।
– ଓଁ ଶୁଁ ଶୁକ୍ରାୟ ନମଃ ଏବଂ ଓଁ ବୁଁ ବୁଧାୟ ନମଃ ମନ୍ତ୍ର ଜପ କରନ୍ତୁ ।
– ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ଫଳ କିମ୍ବା ମିଠା ଦାନ କରନ୍ତୁ ।



