ମନୋରଞ୍ଜନ

Rajpal Yadav : ଚେକ୍ ବାଉନ୍ସ ମାମଲାରେ ବଢିଲା ରାଜପାଲ ଯାଦବଙ୍କ ସମସ୍ୟା, ନିଲାମ ହେବ ଦୁଇଟି ସଂପତ୍ତି

ବଲିଉଡର କମେଡିଆନ୍ ଅଭିନେତା ରାଜପାଲ ଯାଦବଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । ଚେକ୍ ବାଉନ୍ସ ମାମଲାରେ ଅଭିନେତାଙ୍କ ମୁସ୍କିଲ ବଢିବାରେ ଲାଗିଛି । ଜୁଲାଇ ୧୦ ତାରିଖରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଚେକ୍ ବାଉନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡ ଶୁଣାଇଥିଲେ । ଏବେ ଅଭିନେତାଙ୍କୁ ଆଉ ଏକ ଝଟକା ଲାଗିଛି । ସେପ୍ଟେମ୍ବର ୯ ତାରିଖରେ ଉତ୍ତରପ୍ରଦେଶ ଶାହଜାହାଁପୁରରେ ଥିବା ଦୁଇଟି ସଂପତ୍ତି ନିଲାମ କରାଯିବ ।

୧୬ କୋଟି ଟଙ୍କାର ଋଣ ପରିଶୋଧ ନ କରିବା କାରଣରୁ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାଙ୍କର ଦୁଇଟି ସମ୍ପତ୍ତି ନିଲାମ କରିବାକୁ ଯାଉଛି । ବ୍ୟାଙ୍କ ଉଭୟ ସମ୍ପତ୍ତିକୁ ନିଜ କବଜାରେ ନେଇଛି । ଯାହା ଋଣ ନେବା ସମୟରେ ବନ୍ଧକ ରଖାଯାଇଥିଲା । ସେପ୍ଟେମ୍ବର ୯ ରେ ନିଲାମ ପାଇଁ ସ୍ଥିର କରିଛି । ନିଲାମ ହେଉଥିବା ଦୁଇଟି ସମ୍ପତ୍ତି ମଧ୍ୟରୁ ଗୋଟିଏ ଶାହଜାହାନପୁରର କଚହାରି ରୋଡରେ ଅବସ୍ଥିତ, ଅନ୍ୟଟି ବାନ୍ଦ୍ରା ଏବଂ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ଅଞ୍ଚଳରେ ଅବସ୍ଥିତ । ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୩.୧୯ କୋଟି ହେବ ବୋଲି ଆକଳନ କରାଯାଉଛି ।

ରାଜପାଲ ଯାଦବଙ୍କ ସଂପତ୍ତି ନିଲାମୀ ନୋଟିସ ବିଷୟରେ ଜଣାପଡିବା ପରେ ବେଶ୍ ଚର୍ଚ୍ଚା ଜୋର ଧରିଛି । ବ୍ୟାଙ୍କ ଅଧିକାରୀଙ୍କ କହିବା ମୁତାବକ, ଲୋନ୍ ପଇସା ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ନିୟମ ହିସାବରେ କରାଯାଉଛି ।
ଏହି ମାମଲା ୨୦୧୨ ମସିହାରେ ନିର୍ମିତ ଫିଲ୍ମ ଅତା ପତା ଲାପତା ସହିତ ଲିଙ୍କ ରହିଛି । ଯାହାର ନିର୍ଦ୍ଦେଶନା ନିଜେ ରାଜପାଲ ଯାଦବ ଦେଇଥିଲେ । ଏହି ଫିଲ୍ମ ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଋଣ ନିଆଯାଇଥିଲା । କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା, ଏବଂ ଋଣ ପରିଶୋଧ କରିପାରିନଥିଲେ ରାଜପାଲ ।

ସୂଚନାଯୋଗ୍ୟ, ଦିଲ୍ଲୀ ହାଇକୋର୍ଟ ଏହି ଚଳଚ୍ଚିତ୍ର ପାଇଁ ନିଆଯାଇଥିବା ଋଣ ପରିଶୋଧ କରିବାରେ ବିଫଳ ହେବା ପାଇଁ ଜୁଲାଇ ୧୦ରେ ରାଜପାଲ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କୁ ତିନି ମାସ ଜେଲଦଣ୍ଡ ଦେଇଥିଲେ । ଏହା ସହିତ, ହାଇକୋର୍ଟ ତାଙ୍କ ଉପରେ ୧.୦୫ କୋଟି ଜରିମାନା ଲଗାଇଥିଲେ ।

Leave a Reply

Your email address will not be published. Required fields are marked *

Back to top button