ଅପରାଧ

କୋରାପୁଟରେ ଡବଲ୍ ମର୍ଡର, ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ – Sahana Mela

[ad_1]


କୋରାପୁଟ: ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ। ମୃତ୍ୟୁ ପ୍ରତିଶୋଧରେ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟଣା ଘଟିଛି କୋରାପୁଟ ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦାରେ। ବାପା ଏବଂ ପୁଅର ଆକ୍ରମଣରେ ଟେମା ଗାଁର ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଟେମା ଗାଁ ଗୋବର୍ଦ୍ଧନ ପାଣ୍ଡକା। ଉଭୟ ମୃତକ ହେଲେ ଗୋବର୍ଦ୍ଧନ ପାଣ୍ଡକା ଓ ରାଜକୁମାର ରୁଡି।

ସୂଚନା ଅନୁସାରେ, ଗତକାଲି ରାତିରେ କୁନ୍ଦୁଲିରେ ରାବଣ ପୋଡି ଦେଖି ହାଟପଦା ଗାଁର ଯୋଗୁଲୁ ରୁଡି ଏବଂ ତାଙ୍କ ପୁଅ ରାଜକୁମାର ରୁଡିଙ୍କ ସହ ଟେମା ଗାଁର ଗୋବର୍ଦ୍ଧନ ପାଣ୍ଡକା ଫେରୁଥିଲେ। ଫେରିବା ବାଟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଘଟଣାସ୍ଥଳରେ ଯୋଗୁଲୁ ରୁଡି ଏବଂ ତାଙ୍କ ପୁଅ ରାଜକୁମାର ରୁଡିର ଠେଙ୍ଗାମାଡ଼ରେ ଗୋବର୍ଦ୍ଧନ ପାଣ୍ଡକାଙ୍କ ମୃତ୍ୟୁ ହୋଇଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।

ପରେ ହାଟପଦା ଗାଁର ଯୁବକ ରାଜକୁମାର ରୁଡିଙ୍କୁ ପିଟି ପିଟି ହତ୍ୟା କଲେ ଉତ୍ତ୍ୟକ୍ତ ଲୋକେ। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ତଦନ୍ତ ଆରମ୍ଭ କରିଛି। ସେପଟେ ଦୁଇ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଛି। ଘଟଣାସ୍ଥଳରେ ପଟ୍ଟାଙ୍ଗୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button