ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ: ନଭେମ୍ବର ୯ରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ – Sahana Mela

[ad_1]
ଭୁବନେଶ୍ୱର: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ପୁଣି ତେଜିଲା କଂଗ୍ରେସ। ଶୀଘ୍ର ଚାରିଦ୍ୱାର ନଖୋଲା ଗଲେ ନଭେମ୍ବର ୯ ତାରିଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରିବ କଂଗ୍ରେସ। ଅକ୍ଟୋବର ୨୮ ତାରିଖ ସୁଦ୍ଧା ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବାକୁ ଦାବି ଡେଡଲାଇନ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ନଥିବା ଦର୍ଶାଇ ଆଜି ଉକ୍ତ ପ୍ରସଙ୍ଗରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରିଛି। ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ୬ ଦାବି ଉପସ୍ଥାପନା କରିଥିଲା। ହେଲେ ସରକାର ଏହାକୁ କର୍ଣ୍ଣପାତ କଲେନାହିଁ । କୌଣସି ସୂଚନା ମଧ୍ୟ ଦେଲେନାହିଁ। ତେଣୁ ଏହାର ପ୍ରତିବାଦ ସ୍ବରୂପ ଆସନ୍ତା ନଭେମ୍ବର ୯ ତାରିଖ ସଂକୀର୍ତ୍ତନ ସତ୍ୟାଗ୍ରହ କରିବ ବୋଲି କଂଗ୍ରେସ କହିଛି। ଓଡ଼ିଶା ସମସ୍ତ ବ୍ଲକ ସବଡିଭିଜନ ଓ ଏନଏସିରେ ଥିବା ଜଗନ୍ନାଥ ମନ୍ଦିର ଆଗରେ ସଂକୀର୍ତ୍ତନ ସତ୍ୟାଗ୍ରହରେ ସାମିଲ ହେବେ କଂଗ୍ରେସ କର୍ମୀ ଓ ନେତା। ସକାଳ ୯ରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ଏହି ସତ୍ୟାଗ୍ରହ। ଶୋଇପଡିଥିବା ସରକାରଙ୍କୁ ନିଦରୁ ଉଠାଇବାକୁ ନାମ ସଂକୀର୍ତ୍ତନ କରିବ ବୋଲି କଂଗ୍ରେସ କହିଛି ।
ଶରତ ପଟ୍ଟନାୟକ କହିଛନ୍ତି ଯେ ଏ ସରକାର କାହାର ସ୍ୱାର୍ଥ ପୂରଣ କରିବା ପାଇଁ ଭକ୍ତ ଓ ଭଗବାନ ମଧ୍ୟରେ ଏକ ପାଚେରୀ ହୋଇ ଛିଡ଼ା ହୋଇଛନ୍ତି। କଂଗ୍ରେସ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଏହି ଦାବି ସମୁହକୁ ଗ୍ରହଣ କରି ଶ୍ରୀମନ୍ଦିରର ଚାରି ଦ୍ୱାରକୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଖୋଲିବା, ରତ୍ନ ଭଣ୍ଡାରର ଗଣତି ଓ ମଣତି କାର୍ଯ୍ୟ ଆରମ୍ଭ କରିବା ସହିତ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅମୃତମୋଣହୀ ଜମିକୁ ଏବଂ ଚାଷୀମାନଙ୍କ ଚାଷ ଜମିକୁ ଫେରାଇବା, ପୁରୀର ଭୂମିହୀନ ସେବାୟତଙ୍କୁ ଜମି ପ୍ରଦାନ ସହିତ ୮୦ ହଜାର ପୁରୀ ବାସିନ୍ଦାଙ୍କୁ ସ୍ଥାୟୀ ପଟା ପ୍ରଦାନ କରିବାପାଇଁ ମହଲତ ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ମତାନ୍ଧ, ଅହଂକାରୀ ସରକାର କଂଗ୍ରେସର ଦାବିକୁ ଗ୍ରହଣ କଲା ନାହିଁ।
ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ମାସ ୯ ତାରିଖ ଗୁରୁବାର ଦିନ ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମୁନିସିପାଲଟି ଓ ମହାନଗର ନିଗମରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଉପରୋକ୍ତ ଦାବିକୁ ସରକାର ଗ୍ରହଣ କରିବା ପାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତ୍ତୀନ ସତ୍ୟାଗ୍ରହ କରାଯିବ। ୫-ଟି ବିଭାଗର ଅଧ୍ୟକ୍ଷ ଗତକାଲି ପୁରୀ ଶ୍ରୀମନ୍ଦିର ଗସ୍ତକରି ପ୍ରକଳ୍ପ କାର୍ଯ୍ୟ ତଦାରଖ କରି ଆସନ୍ତା ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶ୍ରୀମନ୍ଦିର ଚାରିଦ୍ୱାରା ଖୋଲିବା ପାଇଁ କୌଣସି ଆଗ୍ରହ ପ୍ରକାଶ କରିନଥିଲେ। ଯେଉଁ କାର୍ଯ୍ୟ ବର୍ତ୍ତମାନ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଛି ବୋଲି ଦାବି କରାଯାଉଛି ତାହା ଆଜକୁ ତିନିବର୍ଷରୁ ଅଧିକ ଦିନ ଧରି ଚାଲିଛି। ବିଭିନ୍ନ ଆଳ ଦେଖାଇ ଚାରିଦ୍ୱାରା କାହା ସ୍ୱାର୍ଥରେ ବନ୍ଦ କରାଯାଇଛି ତାହାର ଉତ୍ତର ଅଗାମୀ ଦିନରେ ଜନସାଧାରଣ ଦେବେ ବୋଲି କଂଗ୍ରେସ ସରକାର ଉପରେ ବର୍ଷିଛି।
[ad_2]