ରାଜନୀତି

ଜନଜାତି ଗୌରବ ଦିବସରେ ଏହା କହିଲେ ମୋଦୀ

ଭୁବନେଶ୍ୱର:ଜନଜାତି ଗୌରବ ଦିବସରେ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ ଆଦିବାସୀଙ୍କ ବିକାଶ ପାଇଁ ଆଜି ୬ ହଜାର କୋଟିର ପ୍ରକଳ୍ପ ଆରମ୍ଭ ହୋଇଛି । ଆଦିବାସୀଙ୍କ ପାଇଁ ସ୍କୁଲ, ହଷ୍ଟେଲ ଓ ସ୍ୱାସ୍ଥ୍ୟ ସୁବିଧା ଆଦି ପ୍ରକଳ୍ପ ରହିଛି । ଆଦିବାସୀ ପରିବାର ପାଇଁ ଦେଢ଼ ଲକ୍ଷ ଆବାସର ସ୍ୱୀକୃତିପତ୍ର ଦିଆଯାଇଛି ।

ସ୍ୱାଧୀନତା ଆନେ୍ଦାଳନରେ ଆଦିବାସୀଙ୍କ ବଳିଷ୍ଠ ଯୋଗଦାନ ରହିଛି । ସ୍ୱାଧୀନତା ପରେ ଆଦିବାସୀଙ୍କ ପ୍ରତି ଅବହେଳା କରାଯାଇଛି । ଆଦିବାସୀଙ୍କୁ ଅବହେଳା ପଛରେ ରାଜନୈତିକ ଅଭିସନ୍ଧି ରହିଥିଲା । ଏହାର କାରଣ ଗୋଟିଏ ପରିବାରର ରାଜନୈତିକ ଅଭିସନ୍ଧି ।

ଗୋଟିଏ ପରିବାର ହିଁ ସ୍ୱାଧୀନତାର ସବୁ ଶ୍ରେୟ ନିଆଯାଇଛି । ଏନଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାର ସୌଭାଗ୍ୟ ମିଳିଲା । ଝାଡ଼ଖଣ୍ଡ ରାଜ୍ୟପାଳ ଥିବାବେଳେ ଶ୍ରୀମତୀ ମୁର୍ମୁ ଆଦିବାସୀଙ୍କ ଉନ୍ନତି ପାଇଁ କହୁଥିଲେ । ପଛୁଆ ଆଦିବାସୀଙ୍କ ଉନ୍ନତି ପାଇଁ ମୋ ସହ ଅନେକ ବାର କଥା ହୋଇଥିଲେ ।

ରାଷ୍ଟ୍ରପତି ହେବା ପରେ ତାଙ୍କ ଉଦ୍ୟମରେ ପିଏମ ଜନମନ ଯୋଜନା ଆରମ୍ଭ ହୋଇଛି । ଶ୍ରୀମତୀ ମୁର୍ମୁଙ୍କ ପାଇଁ ପଛୁଆ ଆଦିବାସୀ ବର୍ଗଙ୍କ ବିକାଶ କରାଯାଉଛି । ଅଟଳବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଜନଜାତି ମନ୍ତ୍ରଣାଳୟ ହେଲା । ଏବେ ଆଦିବାସୀ ମନ୍ତ୍ରଣାଳୟ ବଜେଟ ୧.୨୫ କୋଟି ଛୁଇଁଛି । ଆଦିବାସୀଙ୍କ ବିକାଶ ପାଇଁ ଏନଡିଏ ସରକାର ଅହରହ ଉଦ୍ୟମ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button