ଟି୨୦ ବିଶ୍ୱକପ ୨୦୨୪: ଯୋଗ୍ୟତା ହାସଲ କଲେ ନେପାଳ, ଓମାନ – Sahana Mela
[ad_1]
କାଠମାଣ୍ଡୁ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ୨୦୨୪ ଟି୨୦ ବିଶ୍ୱକପ ପାଇଁ ନେପାଳ ଓ ଓମାନ ଯୋଗ୍ୟତା ହାସଲ କରିଛନ୍ତି । ଶୁକ୍ରବାର ପ୍ରଥମ ସେମିଫାଇନାଲରେ ନେପାଳ ୮ ୱିକେଟରେ ୟୁଏଇକୁ ଏବଂ ଦ୍ୱିତୀୟ ସେମିରେ ଓମାନ ୧୦ ୱିକେଟରେ ବାହାରିନକୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି । ଏସିଆନ କ୍ୱାଲିଫାୟର୍ସରେ ବାହାରିନ, ହଂକଂ, କୁଏଟ, ମାଲେସିଆ, ଓମାନ, ସିଙ୍ଗାପୁର ଓ ୟୁଏଇ ଅଂଶଗ୍ରହଣ କରିଥିଲେ । ପ୍ରଥମ ସେମିରେ ୟୁଏଇ ୨୦ ଓଭରରେ ୯ ୱିକେଟ ହରାଇ ୧୩୪ ରନ କରିଥିଲା । ନେପାଳ ୨ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଆସିଫ ଶେଖ ୬୪ ରନ କରିଥିଲେ ।
ଦ୍ୱିତୀୟ ସେମିଫାଇନାଲରେ ବାହାରିନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୧୦୬ ରନ କରିଥିଲା । ଓମାନ ୧୦୭ ରନର ଲକ୍ଷ୍ୟକୁ ୧୪.୨ ଓଭରରେ କୌଣସି ୱିକେଟ ନ ହରାଇ ହାସଲ କରି ନେଇଥିଲା । ନେପାଳ ଓ ଓମାନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମ ଥର ପାଇଁ ଟି୨୦ରେ ୨୦ଟି ଟିମ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।
[ad_2]