କୋହଲିଙ୍କ ନୂଆ ହେୟାରକଟ ସୃଷ୍ଟି କଲା ଝଡ – Sahana Mela
[ad_1]
ନୂଆଦିଲ୍ଲୀ: ବିରାଟ କୋହଲି ଦୀର୍ଘ ଦୁଇ ମାସ ବ୍ୟବଧାନ ପରେ କ୍ରିକେଟ ପଡିଆକୁ ଫେରିଛନ୍ତି । ଆଇପିଏଲ ପୂର୍ବରୁ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାମ୍ପରେ ଯୋଗ ଦେଇଛନ୍ତି । ତାଙ୍କ ଫେରିବାକୁ ପ୍ରଶଂସକ ବ୍ୟଗ୍ର ଥିଲେ । ପ୍ରଥମେ ଡ୍ୟାଡ ଟି ଶର୍ଟ ଓ ଏବେ ତାଙ୍କର ହେୟାର କଟ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । କୋହଲି ଆଇବ୍ରୋ କଟ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ଖୁବ କମ ସମୟରେ ତାଙ୍କର ଏହି କିଲର ଲୁକ ଭାଇରାଲ ହୋଇଛି । ଆରସିବି ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଉଦଘାଟନୀ ମୁକାବିଲା ଖେଳାଯିବ ।
କୋହଲିଙ୍କ ଅନୁପସ୍ଥିତି ଯୋଗୁ ସେ ଟି୨୦ ବିଶ୍ୱକପରେ ଖେଳିବେ କି ନାହିଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଇଛି । ଏବେ ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ କରି ସେ ବିଶ୍ୱକପ ଟିମରେ ଅଂଶବିଶେଷ ହେବାକୁ ଚାହିଁବେ । ସୂଚନାଯୋଗ୍ୟ, ୨୦୨୩ ଦିନିକିଆ ବିଶ୍ୱକପରେ କୋହଲି ଭାରତ ପକ୍ଷରୁ ସର୍ବାଧିକ ସ୍କୋର କରିଥିଲେ । ଟିମରେ କୋହଲିଙ୍କ ସାମିଲକୁ ନେଇ ଅଧିନାୟକ ରୋହିତ ଶର୍ମା ତାଙ୍କ ଆଭିମୂଖ୍ୟ ସ୍ପଷ୍ଟ କରି ସାରିଛନ୍ତି ।
[ad_2]